ହେଡଲାଇନସ୍:

ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଳୟ ଅଧ୍ୟକ୍ଷକ ତଥା ଡି.ଏମ.ଓ ଡା: ରମେଶଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରି ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରିକ୍ଷା ସୁବିଧାରେ ଓ ବିନା ଦେୟରେ ଯୋଗାଇ ଦେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ରୋଗୀ କଲ୍ୟାଣ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟତାରେ ବରିଷ୍ଠ ନାଗରିକ ମାନଙ୍କୁ ଆଧାରକାର୍ଡ ଓ ଆଇଡି କାର୍ଡ ନମ୍ୱର ଥାଇ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଡ ଯୋଗାଇ ଦିଆଯାଇଛି । ଏହି କାର୍ଡ ଦ୍ୱାରା ସେମାନେ ଜିଲ୍ଲାର ଯେକୌଣସି ଡାକ୍ତର ଖାନା କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପକୃତ ହୋଇପାରିବେଅଗ୍ରାଧିକାର ଭିତ୍ତିରେ  । ଆଉ ଧାଡି ବାନ୍ଧି ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଡ ବଣ୍ଟନ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର , ସର୍ଜରୀ ବିଭାଗ ବରିଷ୍ଠ କନସଲାଟେଣ୍ଟ ଡା: ପ୍ରସାନ୍ତ କୁମାର ପାତ୍ର, ଡି.ଏସ.ଏମ.ଓ ଡା: ଭି.ଲୋକନାଥ ରାଜୁ, ବରିଷ୍ଠନାଗରିକ ମଞ୍ଚର ସଭାପତି ଇଂ.ଲକ୍ଷ୍ମୀନୃସିଂହ ରଥ ଏବଂ ସମ୍ପାଦକ ହରିମୋହନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

 

 

0
0
0
s2sdefault