ହେଡଲାଇନସ୍:

ନବ ଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତ୍ରୀ ସମାରୋହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମହାରାଜା ତଥା ନବଉତ୍କଳର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତୀ ସମାରୋହ ଜିଲ୍ଲା ପ୍ରସାଶନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ବଜାର ଛକ ସ୍ଥିତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଉତ୍କଳ ସମ୍ମିଳନୀର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ପରେ ଏମାନେ ମହାରାଜାଙ୍କ ପଣି ନାତୁଣୀ କଲ୍ୟାଣୀ ଗଜପତି ସମେତ ସମସ୍ତେ ମହାରାଜାଙ୍କ ସମାଧି ପୀଠ ତଥା ସ୍ମୃତି ସୌଧ ଠାରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁମା ଗୁରୁଜୀ ମାନଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ।

ପୂର୍ବାହ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ହାଲ ଠାରେ ଆୟୋଜିତ ସଭାରେ ପ୍ରଧାନ ଗୁରୁଜୀ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ  ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ ପାରଳା ମହାରାଜାଙ୍କ ଜୀବନୀ ଉତ୍କଳ ସମ୍ମିଳନୀ ଓ କର୍ମମୟ ଜୀବନୀ ଉପରେ ଆଲୋଚନା କରି ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୁମିକା ସ୍ମରଣୀୟ କହିଥିଲେ । 

ବରିଷ୍ଠ ଅଧ୍ୟାପକ ଡ.ଅଜୟ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରାଧିନ ଓଡିଶାର ଖଣ୍ଡ ବିଖଣ୍ଡିତ ଓଡିଶା ଭାଷାଭାଷୀଙ୍କୁ ଏକତ୍ରୀକରଣ କରିବା ଦିଗରେ ତାଙ୍କର ଭୁମିକା, ବିଭିନ୍ନ କୃତୀତ୍ୱ ଓ ବିଭିନ୍ନ  କ୍ଷେତ୍ରରେ ତାଙ୍କର ଉନ୍ନତିମୁଳକ କାର୍ଯ୍ୟ ଓ ସର୍ବପରି ଓଡିଆ ସାହିତ୍ୟକୁ ଦେଇଥିବା ସର୍ବଶ୍ରେଷ୍ଟ ଅବଦାନ ଉପରେ ବିସ୍ତୁତ ଆଲୋଚନା କରିଥିଲେ । ଅନ୍ୟ ପକ୍ଷରେ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କିଭଳି ଥିଲା ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଏବଂ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ମଞ୍ଚାସୀନ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କର୍ମମୟ ଜୀବନ, କୃତିତ୍ୱ  ଉନ୍ନତି କାର୍ଯ୍ୟ ଏବଂ ତାଙ୍କ ସ୍ମରଣୀୟ ର ବିଭିନ୍ନ ଦିଗ ଉପରେ କହିଥିଲେ । ଉତ୍କଳ ହିତୈଷିଣି ସମାଜର କଳାକାର ମାନେ ଗୁରୁ କୈଳାସ ପଟ୍ଟନାୟକ ଏବଂ ତନୁଜା ଭୁକ୍ତ ନେତୃତ୍ୱରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ, ଅଶୋକ କୁମାର ରାଉତ, ଯନ୍ତ୍ରୀ ଡି. ଯୁଧିଷ୍ଟିର, ଯନ୍ତ୍ରୀ ମଧୁସ୍ମିତା ଦାଶ, ପୌରଯନ୍ତ୍ରୀ ବି .ଭେଙ୍କେଟ ରମଣ, ଜିଲ୍ଲାକ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲାପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ର ଅଚ୍ୟୁତାନନ୍ଦ ବସ୍ତିଆ ପ୍ରମୁଖ ଥିଲେ ।

 

 

 

 

0
0
0
s2sdefault