ହେଡଲାଇନସ୍:

ଅଭିଶପ୍ତ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ : ପ୍ରଶାସନ ପାଇଁ ଅପହଞ୍ଚ ଇଲାକା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କନ୍ଧମାଳରୁ ଗଗନ ପ୍ରଧାନ :  କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ | ଏହି ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରନ୍ତି | କିନ୍ତୁ ବର୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ  ରାସ୍ତା ଏବଂ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଇପାରିନାହିଁ | ଗ୍ରାମବାସୀ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ  ଖଟରେ ବୋହି ନେଉ ଥିବା ପ୍ରକାଶ କରିଛନ୍ତି | ସେହିପରି ଜଙ୍ଗଲ ଏବଂ ବିଲ ପାଣି ପାନୀୟ ଜଳ ଭାବେ ବ୍ୟବହାର କରୁ ଥିବା କହିଛନ୍ତି . ଘଟଣା ସମ୍ପର୍କରେ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନା ଥିବା ଅଭିଯୋଗ କରି ଛନ୍ତି | ଯଦି ସରକାର ଏହି ପରି ନିରବଦ୍ରଷ୍ଠା ସାଜେ ତା ହେଲେ ଆଗାମୀ ଦିନରେ ଭୋଟ ବର୍ଜନ ର ନିଷ୍ପତି ନିଆଯେବ ବୋଲି ଗାଁ ମୁଖ୍ୟା ନମିତା ମଝି ସୂଚନା ଦେଇଛନ୍ତି . ଘଟଣା ସମ୍ପର୍କରେ ସ୍ଥାନୀୟ ବି ଡି ଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ମତାମତ ଗ୍ରହଣ କରା ଯାଇଥିଲା | ଏହା ଅତ୍ୟନ୍ତ ଦୁଃଖଦ ଘଟଣା ଓ ଏହି ସମସ୍ୟା ଯଥା ସମ୍ଭବ ଦୂର କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି |

 

0
0
0
s2sdefault