ହେଡଲାଇନସ୍:

ବାଇକ ରାଲିରେ ବିଧାୟକ ପ୍ରାର୍ଥୀ ସରୋଜିନୀ ଓ ଲୋକସଭା ପ୍ରାର୍ଥୀ ଦେବାଶିଷଙ୍କ ସହର ପରିକ୍ରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୨୯ରେ ଚତୃର୍ଥ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାରୁ ବାରିପଦା ପୌରପରିଷଦରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ବାଇକ ରାଲି କରାଯାଇଥିଲା । ଉକ୍ତ ରାଲିରେ ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ଓ ଲୋକସଭା ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡି ଯୋଗ ଦେଇ ବାରିପଦା ସହର ପରିକ୍ରମା କରିଥିଲେ । ରାଲିଟି ପୂର୍ବାହ୍ନ ୧୧ରୁ ଷ୍ଟେସନ ବଜାର ଫୁଟବଲ ପଡ଼ିଆରୁ ଆରମ୍ଭ ହୋଇ କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ, ବିଜୁ ଗୋଲେଇ, କଚେରୀ, ଭଞ୍ଜପୁର, ମୁର୍ଗାବାଡ଼ି ଗୋଲେଇ ଅତିକ୍ରମ କରି ବିଜୁ ଭବନ ପରିସରରେ ପହଁଞ୍ଚିବା ପରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ବାରିପଦା ପର୍ଯ୍ୟବେକ୍ଷକ ପ୍ରିୟଦର୍ଶୀ ମିଶ୍ର ବିଜେଡ଼ିର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମ ଓ ଲୋକସଭା ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇ ଆଣିବାକୁ ପୌରବାସୀଙ୍କୁ ଆହ୍ୱାନ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ ମୟୂରଭଞ୍ଜ ଜିଲ୍ଲାର ୯ରୁ ୯ ବିଧାନସଭା ଆସନ ସହ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଏଥି ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ  ହୋଇଥିବା ୧୦୧ ବିଧାନ ସଭା ଆସନ ମଧ୍ୟରୁ ବିଜେଡ଼ିକୁ ଏକକ ସଂଖ୍ୟା ଗରିଷ୍ଠ  ଆସନ ମିଳିବ ଓ ପୁଣି ଥରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀ ନବୀନ ତାଙ୍କର ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମରେ ମୋଦିଙ୍କୁ ଯୋଗ ଦେବା ନିମନ୍ତେ ନିଉତା ପଠାଇ ସାରିଛନ୍ତି ବୋଲି କହିଥିଲେ ।  ସେହିପରି ବିଜେପିକୁ ଉଦେ୍ଧଶ୍ୟରେ କହଗିଥିଲେ, ସାଧାରଣତ ବିଭିନ୍ନ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଜେପିର ପୋଷ୍ଟର, ବେନର, ହୋଡ଼ିଂ ସହ ପ୍ରଚାର ଗାଡ଼ି ଜୋରେ ଗଡ଼ୁଥାଏ; ମାତ୍ର ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ବିଜେପି ତାର ସତ୍ତା ହରାଇ ବସୁଥିବାର ଦେଖିବାକୁ ମିଳି ଥାଏ । ତେଣୁ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଯେତେ ଜୋରରେ ଚିକ୍ରାର କଲେ କଣ ହେବ । ବିଜେଡ଼ିର ହିଁ ଜୟ ହେବ । ତେଣୁ ସମସ୍ତ ଦଳୀୟ କର୍ମୀମାନେ ଏପ୍ରିଲ ୨୯ ପୂର୍ବାହ୍ନ ୬ରୁ ଅପରାହ୍ନ ୬ ପର୍ଯ୍ୟନ୍ତ ନିଜ ନିଜ ବୋଥ ସମ୍ମୁଖରେ ଉପସ୍ଥିତ ରହିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ନେତୃତ୍ୱ ଓ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ ଓ ବାରିପଦା ପର୍ଯ୍ୟବେକ୍ଷକ ପ୍ରିୟଦର୍ଶୀ ମିଶ୍ରଙ୍କ ମାର୍ଗଦର୍ଶନରେ ବାହାରିଥିବା ବାଇକ ରାଲିରେ ଯୁବ ବିଜେଡ଼ି ସଭାପତି  ଶ୍ରୀମହାନ୍ତି, ଯୁବ ବିଜେଡ଼ି ଉପସଭାପତି ଅନିରୁଦ୍ଧ ଭଞ୍ଜଦେଓ, ରାଜେନ୍ଦ୍ର ବାରିକ, ଛାତ୍ର ବିଜେଡ଼ି ସଭାପତି ଅଭୟ ସିଂ, ପୂର୍ବତନ ନଗରପାଳ ବବିତା ଦାସ ଓ ରାଜ ଶିବ ନାରାୟଣ କିସ୍କୁ, ସରୋଜ ବୋଷ, ବରିଷ୍ଠ  କାଉନସିଲର ସରୋଜ ମହାପାତ୍ର, ନିରୋଜ ସାହୁ, ସନ୍ଦିପ ବସା, ଶବଣ କୁମାର ଗୋପ, ରଜତ କୁମାର ସାହୁ, ସ୍ୱରୂପ ଦାସ, ବିରଞ୍ଚି ମହାପାତ୍ର, ସରୋଜ ମହାକୁଡ଼, ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖ ଶତାଧିକ ଯୁବ, ଛାତ୍ର ଶାଖାର ସମର୍ଥକମାନେ ଯୋଗ ଦେଇଥିଲେ । 

0
0
0
s2sdefault