ହେଡଲାଇନସ୍:

ପ୍ରତିଶୃତି ରଖିଲେ ଜିଲ୍ଲାପାଳ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) :ନିର୍ବାଚନ ଆରମ୍ଭ ସମୟଠାରୁ ପୁଲିଂ ଅଫିସରମାନଙ୍କର କ୍ଷୋଭଥିଲା ଯେ ସେମାନଙ୍କୁ ଶ୍ରମିକ ଭଳି ବୁଥମାନଙ୍କୁ ଟ୍ରକ ଡାଲାରେ ନିଆଯାଉଛି । ଏଥିପାଇଁ ଅନେକ ପୁଲିଂ ଅଫିସରମାନେ ନିର୍ବାଚନ ପରିଚାଳନା ପାଇଁ ଅନିଚ୍ଛୁକ ରହୁଥିଲେ । ତେବେ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରଥମରୁ ପ୍ରତିଶୃତି ଦେଇଥିଲେ ଯେକୌଣସି ପୁଲିଂପାର୍ଟି ଚଳିତ ବର୍ଷ ଟ୍ରକ ବା ଖୋଲା ଡାଲା ଗାଡିରେ ବୁଥକୁ ଯିବେନାହିଁ  । ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ରକ୍ଷାକରି ସମସ୍ତ ପୁଲିଂପାର୍ଟିକୁ କାର, ବସ, ଟାଟାମେଜିକ ଓ ମିନିବସ ମାଧ୍ୟମରେ ବୁଥକୁ ଯିବା ପାଇଁ ବ୍ୟବସ୍ଥା କରିଥିଲେ । ପ୍ରତିଶୃତି ରକ୍ଷା କରିଥିବାରୁ ଓ ସମସ୍ତ ପୁଲିଂ ଟିମ୍ ମାନେ ସୁରୁଖୁରୁରେ ବୁଥମାନଙ୍କରେ ପଂହଚିଥିବାରୁ ସେମାନେ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ସେହିପରି ୨୯ ତାରିଖ ଭୋଟ ସରିବା ପରେ ପୁଲିଂପାର୍ଟିମାନଙ୍କୁ ସେମାନଙ୍କ ବ୍ଲକମାନଙ୍କୁ ରାତିରେ ଫେରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଗାଡିମାନଙ୍କ ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି ।

 

0
0
0
s2sdefault