ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ୨୯ ତାରିଖ ହେବାକୁ ଯାଉଥିବା ବେଳେ ଭଦ୍ରକ ଜିଲ୍ଳାର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ହୋଇ ଆଜି ପୁଲିଂ ଅଧିକାରୀଙ୍କୁ ନିଜ ନିଜ ବୁଥକୁ ପଠା ଯାଇଛି । ଜିଲ୍ଲାର ୧୨୯୨ ବୁଥ୍ ପାଇଁ ମୋଟ ୯୦୪୪ଜଣ ପୁଲିଂ ଅଧିକାରୀ ଓ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେମାନେ ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ନେହେରୁ ଷ୍ଟାଡିୟମ ଦୁଇଟି ସ୍ଥାନରୁ ଇଭିଏମ, ଭିଭିପାଟ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷ ଧରି ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି । ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ ଯଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୨୫୭ ବୁଥକୁ ପୁଲିଂ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ମିଶାଇ ୧୭୯୨ଜଣ, ଭଦ୍ରକ ନିର୍ବାଚନ ମଣ୍ଡଳୀର ୨୫୫ ବୁଥକୁ ୧୭୮୫ଜଣ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର୨୬୬ ବୁଥ୍ ପାଇଁ ୧୮୬୨ ଜଣ, ଧାମନଗର ନିର୍ବାଚନ ମଣ୍ଡଳୀର ୨୫୨ ବୁଥକୁ ୧୭୬୪ଜଣ ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୨୬୨ ବୁଥ୍ ସକାଶେ ୧୮୩୪ ଜଣ ପୁଲିଂ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ମିଶାଇ ୯୦୪୪ଜଣ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୭୭୪ ଜଣ ପୁଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖା ଯାଇଛି । ୧୩୨ଟି ସେକ୍ଟର ପାଇଁ ୧୩୨ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଥିବା ବେଳେ ୧୩ଜଣ ସେକ୍ଟର ଅଫିସର ରିଜର୍ଭ ରହିଛନ୍ତି । ଏହି ପୁଲିଂ ପାର୍ଟି ପାଇଁ ମୋଟ ୮୫୪ ଟି ଗାଡିର ବ୍ୟବସ୍ଥା କରାଯାଇଛି ।
ରାଜ୍ୟ
ବୁଥକୁ ବାହାରିଗଲେ ୭୭୫୨ ପୁଲିଂ ଅଧିକାରୀ, ଦିନକ ପରେ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୧୨୯୨ ବୁଥରେ ଭୋଟ
- Hits: 483
