ଧର୍ମଗଡ଼/ ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ଜାମଚୁଆ ଗ୍ରାମ ର ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କପାଇଁ ନିୟମିତ ଭାବରେ ସରକାର ଯୋଗାଇ ଦେଉଥିବା ଖାଦ୍ୟକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିବା ସାଙ୍ଗେ ସାଙ୍ଗେ ଅଙ୍ଗନବାଡି କେନ୍ଦ୍ରରେ ତିନିରୁ ଛ ବର୍ଷ ଯାଏଁ ପୁଅ, ଝିଅ ମାନଙ୍କୁ ଶିକ୍ଷା ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି । ଲୋକଙ୍କ ଭିତରେ ହେଉଥିବା ଆଭିଯୋଗ ଅନୁଯାୟୀ, ନିୟମିତ ଭାବରେ ରୋଷେଇ କରି ଛୋଟ ଛୋଟ ପିଲାମାନଙ୍କୁ ଖାଦ୍ୟ ଦେଉନାହାନ୍ତ, କିମ୍ବା ଗର୍ଭବତୀ ମାଁ ମାନଙ୍କୁ ସରକାର ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ପୁଷ୍ଟିକର କୌଣସି ଖାଦ୍ୟ ଦେଉନାହାନ୍ତି । ଜନ୍ମମରୁ ତିନିବର୍ଷ ର ଶିଶୁ ମାନଙ୍କୁ ସରକାର ଯୋଗାଇ ଦେଉଥିବାଖାଦ୍ୟ ଦିଆଯାଉନାହିଁ ।ଲୋକଙ୍କ କହିବା ଅନୁସାରେ ମାସକୁ ଦୁଇଟିଲେଖାଏଁ ଅଣ୍ଡା ଅଙ୍ଗନବାଡି ଦିଦି ଘର ଘର ବୁଲି ବାଣ୍ଟନ୍ତି । ହେଲେ ବାକି ବଳକା ଅଣ୍ଡା କୁଆଡେ ଯାଉଛି ବୋଲି ଜାମଚୁଆ ଗ୍ରାମ ବାସି ଗଣମାଧ୍ୟମ ପ୍ରତିନିଧି ବନ୍ଧୁ ମାନଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏନେଇ ମେଡ଼ିଆ ବନ୍ଧୁ ମାନେ ଅଙ୍ଗନବାଡି କର୍ମୀ ସୁରେଖା ବାଣୁଆ ଙ୍କ ପାଖକୁ ପହଂଚି ପ୍ରତିକ୍ରିୟା ରଖିବାକୁ କହିଥିଲେ । ହେଲେ ଅଙ୍ଗନାବାଡ଼ି କର୍ମୀ ସୁରେଖା ବାଣୁଆ ରୋକ ଠୋକ ମନାକରିଥିଲେ । ସେଠାରୁ ସାମ୍ବାଦିକ ବନ୍ଧୁ ମାନେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟରେ ପହଂଚି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୋତିର୍ମୟୀ ଜ୍ୟୋତ୍ସ୍ନାରାଣୀ ପାତ୍ର ଙ୍କୁ ଭେଟି ପ୍ରତିକ୍ରିୟା ରଖିବାକୁ କହିଥିଲେ । ସେଠାରେ ମଧ୍ୟ D.S.W. ଜୋତିର୍ମୟୀ ଜ୍ୟୋତ୍ସ୍ନାରାଣୀ ପାତ୍ର ମୁଁ ପ୍ରତିକ୍ରିୟା ରଖିବିନାହିଁ ବୋଲି କହିଥିଲେ । ଏନେଇ ସରକାର ଯୋଗାଇ ଦେଉଥିବା ଖାଦ୍ୟ ବାଟମାରଣା କରିବାପାଇଁ ଅଙ୍ଗନବାଡି କେନ୍ଦ୍ରରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଯାଏଁ ହାତଥିବ ବୋଲି ବୁଦ୍ଧିଜୀବି ମାହଲରେ ଚର୍ଚ୍ଚାର ବିଷୟପାଲଟିଛି ।
ରାଜ୍ୟ
ଅଙ୍ଗନବାଡି କେନ୍ଦ୍ରରେ ଛୁଆଙ୍କ ଖାଦ୍ୟ ବାଟମାରଣା ଅଭିଯୋଗ
- Hits: 532
