ହେଡଲାଇନସ୍:

ପ୍ରଫେସର କିଶୋର ବାସାଙ୍କୁ ଟାଗୋର ନ୍ୟାସ୍‍ନାଲ୍‍ ଫେଲୋ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଉକ୍ରଳ ବିଶ୍ୱବିଦ୍ୟାଳୟ ମାନବ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାସ୍‍ନାଲ୍‍ ଫେଲୋ’ ଭାବେ ମନୋନୀତ କରାଯାଇଛି । ଭୋପାଳସ୍ଥିତ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ମଇ ପହିଲାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ କାର୍ଯ୍ୟ ନିର୍ବାହ କରିବେ । ସେଠାରେ ଊନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ମାନବ ବିଜ୍ଞାନ ଓ ସଂଗ୍ରହାଳୟ ମଧ୍ୟରେ ପରିବର୍ତ୍ତନ ଧାରା ଉପରେ ପ୍ରଫେସର ବାସା ଗବେଷଣା କରିବେ ।

୧୯୭୩ରେ ସାରା ରାଜ୍ୟରେ ମାଟି୍ରକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ଟପ୍ପର ହୋଇଥିବା ଶ୍ରୀ ବାସା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ଡିଗ୍ରୀ ହାସଲ କରିଛନ୍ତି ଏବଂ କ୍ୟାମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରାଲ୍‍ ଫେଲୋ ଭାବେ ଗବେଷଣା କରିଛନ୍ତି । ଭୋପାଳ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, କୋଲ୍‍କାତା ଇଣ୍ଡିଆନ୍‍ ମୁ୍ୟଜିୟମ୍‍ ଏବଂ ଆନ୍ଥେ୍ରାପୋଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆର ପୂର୍ବତନ ନିର୍ଦେଶକ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।

 

0
0
0
s2sdefault