ହେଡଲାଇନସ୍:

‘  ବିକାଶ ନାମରେ ନବୀନ ସରକାର ଆଦିବାସୀମାନଙ୍କୁ ଶୋଷଣ  କରିଛନ୍ତି’ : ଶିବୁ ସୋରେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ନିର୍ବାଚନୀ ପ୍ରଚାର 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ  ହେବ । ଏନେଇ ମୟୂରଭଞ୍ଜ ରାଜନିତି ସରଗରମ ହୋଇଛି । ମୟୂରଭଞ୍ଜ ଜିଲ୍ଲାକୁ ବିଜେପି ପକ୍ଷରୁ କେନ୍ଦ୍ରର ବିଭିନ୍ନ ବଡ଼ବଡ଼ ମନ୍ତ୍ରୀ ଆସି ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ଏହି ଜିଲ୍ଲାରେ ପ୍ରଚାର କରି ଫେରିଯାଇଛନ୍ତି । ତେବେ ଏକ୍ଷେତ୍ରରେ ଜେଏମଏମ ପଛରେ ପଡ଼ିଯାଇ ନାହିଁ । ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଶୁ ସୋରେନ ଗୁରୁବାର ମୋରଡା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଶୁଳିଆପଦା ସ୍ଥିତ ହାଇସ୍କୁଲ ପଡ଼ିଆ ଠାରେ ଆସି ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି ଅବସରରେ ସେ, ବିଗତ ୨୦ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧିବାସୀମାନଙ୍କ ବିକାଶ ନାମରେ ନବୀନ ସରକାର କେବଳ ଶୋଷଣ କରିଚାଲିଛନ୍ତି । ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ରହିଛି । ଏଠି ଗମନା ଗମନ ପାଇଁ ସଠିକ ରାସ୍ତାଟିଏ ମଧ୍ୟ ନାହିଁ । ଏଠାରେ ପାଣି ସସମ୍ୟା ରହିଥିବା ବେଳେ ଗମନାଗମନର ବିକାଶ ହୋଇପାରି ନାହିଁ । ଆଗାମୀ ଦିନରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସାଂସଦ ପ୍ରାର୍ଥି ଅଞ୍ଜନୀ ସୋରେନ ଏବଂ ମୋରଡା ବିଧାୟକ ପ୍ରାର୍ଥି କଳିଙ୍ଗକେଶରୀ ଜେନାଙ୍କୁ ଭୋଟ ଦେଇ ଜୟଯୁକ୍ତ କଲେ ମୟୂରଭଞ୍ଜର ସମସ୍ତ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କହିଥିଲେ । ଏହି ଅବସରରେ ମୋରଡା ବିଧାୟକ ପ୍ରାର୍ଥି କଳିଙ୍ଗକେଶରୀ ଜେନା ନିଜର ମତ ରଖି କହିଥିଲେ ଯେ,ସେ ତାଙ୍କ କର୍ମମୟ ଜୀବନରେ ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜର ହକକୁ ଲଢେ଼ଇ ମାଧ୍ୟମରେ ନେବା ଶିଖିଛି । ମୋରଡା ନିର୍ବାଚନ ମଣ୍ଡଳୀରେ ନିତି ଦିନିଆ ବହୁ ସମସ୍ୟା ରହିଛି । ସେ କୌଣସି ପଦ ପଦବୀରେ ନଥାଇ ମଧ୍ୟ ଲୋକମାନଙ୍କ ସେବା କରିଚାଲିଛନ୍ତି ଏବଂ ଲୋକାମାନଙ୍କର ସମସ୍ୟାର ସମାଧାନ କରିଚାଲିଛନ୍ତି । ଏଠାରେ ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି ଏଣୁ ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବାକୁ ପଡ଼ିବ । ଏଠାରେ ହାତୀ ଉପଦ୍ରବକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରାଯିବାର ଆବଶ୍ୟକତା ରହିଥିବା ବେଳେ ବିଦ୍ୟୁତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହାଛଡା ପାନୀୟ ଜଳ ସମସ୍ୟାର ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହାଛଡା ଶୁଳିଆପଦାରେ ଏକ ସରକାରୀ କାଗଜ କାରଖନା ନିର୍ମାଣ ପାଇଁ ଉତମ ଭିତି ଥିବା ବେଳେ କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପ୍ରକାର ଆନ୍ତରିକତା ଦେଖାଉ ନାହାନ୍ତି ବୋଲି କହିଛନ୍ତି । ତେବେ ମୋରଡାବାସୀ ତାଙ୍କୁ ଥରେ ବିଧାନସଭାକୁ ଯିବା ପାଇଁ ସୁଯୋଗ ଦେଲେ ଏହି ସବୁ ସମସ୍ୟାର ସମାଧାନ କରିପାରିବେ ବୋଲି କହିଛନ୍ତି । ତେବେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅପରହାଣ ୧ଟା୪୫ମିନିଟ ସମୟରେ ହେଲିକେପ୍ଟର ଯୋଗେ ଶୁଳିଆପଦାରେ ପହଁଚିବା ପରେ ୨ଟା୪୦ରେ ସେଠାରୁ ଫେରିଯାଇଥିଲେ । ତେବେ ଶିଶୁଙ୍କ ସହ ଝାରଖଣ୍ଡ ରାଜ୍ୟର ବହାରଗୋଡା ବିଧାକୟ କୁନାଲ ଷଡଙ୍ଗୀ,ମୟୂରଭଞ୍ଜ ସାଂଦଦ ପ୍ରାର୍ଥି ଅଞ୍ଜନୀ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଶିବୁ ସୋରେନଙ୍କ ଏହି ନିର୍ବାଚନୀ ସଭାରେ ପ୍ରାୟ ୭ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

0
0
0
s2sdefault