ଜଗତସିଂହପୁର/ରମେଶ ମହାନ୍ତି - ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ କୋଠି ପଞ୍ଚାୟତ ଠାରେ ଜଗତସିଂହପୁର ଶ୍ରମିକ ସଂଘର ସଭାପତି ଜୟନ୍ତ ବିଶ୍ବାଳଙ୍କ ଆହ୍ବାନରେ ନିର୍ମାଣ ଶ୍ରମିକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଅଣସଙ୍ଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ଜଗତସିଂହପୁର ଶ୍ରମିକ ସଂଘର ସଭାପତି ଜୟନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦୁଇଶହରୁ ଉର୍ଦ୍ଧ ସଭ୍ୟ ସଭ୍ୟା ଯୋଗଦେଇଥିଲେ।ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନତିମୂଳକ ସୁବିଧା ସୁଯୋଗ ପ୍ରଦାନ କରିଥିବାରୁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା। ଏଥିସହିତ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଏରସମା-ବାଲିକୁଦା ର ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକଙ୍କୁ ସମର୍ଥନ ଦେଇ ବହୁ ଭୋଟରେ ବିଜୟୀ କରାଇବାକୁ ଶ୍ରୀ ବିଶ୍ବାଳ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଆହ୍ବାନ ଦେଇଥିଲେ।ଏଥିସହିତ ଏହାର ପୂର୍ଣାଙ୍ଗ ସଭା ଆସନ୍ତା ଶୁକ୍ରବାର ଦିନ ଏରସମା ବ୍ଲକର କୋଠି ପଞ୍ଚାୟତ ସ୍ଥିତ ମେଲଣ ପଡ଼ିଆ ଠାରେ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯିବା ସହିତ ଏହି ସଭାରେ ଏରସମା-ବାଲିକୁଦା ର ବିଜେଡି ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ପାରାଦ୍ବୀପର ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏରସମା-ବାଲିକୁଦାର ବିଜେଡି ବିଧାୟକ ପ୍ରାର୍ଥୀ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀଙ୍କୁ ଜିତାଇବାକୁ ଅଣ୍ଟା ଭିଡିଥିବା ଟାଣୁଆ ଶ୍ରମିକ ନେତା ତଥା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଜୟନ୍ତ ବିଶ୍ବାଳ ପୋସ୍କୋ ଆନ୍ଦୋଳନରେ ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଜେଲ୍ ଯାଇସାରିଥିବା ବେଳେ ମା ବୈଦେହୀ ଅଏଲ ରିଫାଇନାରୀ ୱାର୍କରସ ୟୁନିୟନ ଓ ଜଗତସିଂହପୁର ଶ୍ରମିକ ସଂଘର ସଭାପତି ଥିବା ଜଣାପଡିଛି।ଶ୍ରୀ ବିଶ୍ବାଳ ପୂର୍ବରୁ କଂଗ୍ରେସ ଦଳରେ ଏକ୍ସ ପିସିସି ମେମ୍ବର ଥିବା ସହ କଂଗ୍ରେସର ଆଇ ଏନ୍ ଟି ୟୁ ସି ଶ୍ରମିକ ସଂଗଠନରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ ଉପରେ ଆସ୍ଥା ପ୍ରକଟ କରି ଶ୍ରୀ ବିଶ୍ବାଳ ଶତାଧିକ କଂଗ୍ରେସ କର୍ମୀଙ୍କ ସହିତ ନବୀନ ନିବାସରେ ପହଞ୍ଚି ବିଜେଡିରେ ଯୋଗଦେଇଥିଲେ।
ରାଜ୍ୟ
ଜଗତସିଂହପୁର ଶ୍ରମିକ ସଂଘ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସମାବେଶ,ବିଜେଡିକୁ ଭୋଟ ଦେବାକୁ ଆହ୍ବାନ
- Hits: 848
