ହେଡଲାଇନସ୍:

ଉପରବେଳା ବାହା ହେବାକୁ ଯିବେ, ହଳଦୀ ଲଗାଇ ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଲେ ସୁଶୀଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡରୁ ବ୍ୟୁରୋ ଚିଫ ଗୌରାଙ୍ଗ ଦାଶ  :- ଉପର ଫଟୋରେ ଭୋଟ ଦେଇସାରି ନିଜ କାଲି ଲଗା ଆଙ୍ଗୁଠି ଦେଖାଉଥିବା ଭାଇଙ୍କ ନାଁ ସୁଶୀଲ ସରାଫ।   ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ବେଳେ ନିଜ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ନାହାନ୍ତି ସୁଶୀଲ । ଆଜି ଏହିଭାଇଙ୍କର ବାହାଘର । ସନ୍ଧ୍ୟାରେ ଭାଇ ବରଯାତ୍ରୀ ନେଇ ନିଜର ଜୀବନ ସଙ୍ଗିନୀକୁ ନିଜ ଘରକୁ ଆଣିବା ପାଇଁ ଯିବା ପୂର୍ବରୁ ହଳଦୀ ଲଗା ବେଶରେ ଆସିଛନ୍ତି ଭୋଟଦେବାପାଇଁ । ଚାହିଁଥିଲେ ସେ ବି ଭୋଟ ଦାନରୁ ବିରତ ରହି ପାରିଥାଆନ୍ତେ ଆମ ସହରର ଭୋଟ ଦେଇନଥିବା ଶିକ୍ଷିତ ଭୋଟରଙ୍କ ପରି । ହେଲେ ସେମିତି କଲେନି । ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ନିକଟସ୍ଥ ଡଭା ମତଦାନ କେନ୍ଦ୍ରରେ ଆଜି ଅନୁସ୍ଥିତ ସାନି ମତଦାନରେ ସେ ଧାଡିରେ ଠିଆ ହୋଇ ନିଜ ବହୁମୂଲ୍ୟ ଭୋଟ ଦେଇଛନ୍ତି । ଆଜି ହୋଇଥିବା ସାନି ମତଦାନରେ ଖବର ଲେଖାହେବା ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ଅତବିରା ନିର୍ବାଚନ ମଣ୍ଡଳୀ ର ଅଢେଇଗୁଡି ବୁଥରେ ଦିପହର 12ଟା ସୁଦ୍ଧା 400 ଜଣ , ବରଗଡ ନିର୍ବାଚନ ମଣ୍ଡଳୀର ଶକ୍ତିନଗର ବୁଥରେ 400 ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଡଭା ବୁଥରେ 421 ଜଣ ଭୋଟର ମତଦାନ କରିସାରିଛନ୍ତି ।। ସବୁ ବୁଥରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି ।

0
0
0
s2sdefault