ହେଡଲାଇନସ୍:

ବିଜେଡି ସଂଖ୍ୟାଲଘୁ ସେଲରେ ନୂଆ କର୍ମକର୍ତ୍ତା : ଅନିସୁର ରହମାନ ରାଜ୍ୟ ଉପସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଜଗତସିଂପୁରର ଅନିସୁର ରହମାନ ଙ୍କୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ଉପସଭାପତି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ସେହିପରି ଫୁଲବାଣୀର ମହମ୍ମଦ ୟସିନ ବେଗ ଙ୍କୁ ସେଲର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ସାଲେପୁରର ଶେଖ ମହମ୍ମଦ ଇସଲାମ, ଜଟଣୀ ହବିବୁଲ୍ଲା ଖାଁ ଓ ଭଦ୍ରକର  ଶେଖ ମହମ୍ମଦ ରଫିକଙ୍କୁ ସେଲର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପଟ୍ଟାମୁଣ୍ଡାଇର ରିଜୱାନା ବେଗମଙ୍କୁ କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ସେଲର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । 

0
0
0
s2sdefault