କନ୍ଧମାଳ ହଳଦୀକୁ ମିଳିଲା GI ମାନ୍ୟତା । ଉତ୍କଳ ଦିବସରେ ଏହି ଭୌଗଳିକ ମାନ୍ୟତା ମିଳିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ । କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦିଆଯିବା ଲାଗି ୨୦୧୮ ଜାନୁଆରୀରେ ଆବେଦନ କରିଥିଲା ରାଜ୍ୟ । ଏହି ମାନ୍ୟତାର ଅବଧୀ ୨୦୨୮ ମସିହା ଜାନୁଆରୀ ଯାଏଁ ରହିବ । ହଳଦୀ ଚାଷ ପାଇଁ କନ୍ଧମାଳ ଜିଲ୍ଲା ବେଶ ପ୍ରସିଦ୍ଧି ଲାଭ କରିଛି |