ନୂଆପଡ଼ା(ଅମିତ ପୁରୋହିତ); ସ୍ଥାନୀୟ ସିଲଦା ସ୍ଥିତ ରିର୍ଜଭ ପୋଲିସ ପଡିଆଠାରେ ୮୪ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତକା ଉତ୍ତୋଳନ କରି ପୋଲିସ ବାହିନୀ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରିଥିଲେ । ଏଥିରେ ପୋଲିସ କର୍ତ୍ତବ୍ୟନିଷ୍ଠା, ପରୋପକାରୀ ଓ ସହନଶୀଳ ହୋଇ କାର୍ଯ୍ୟସଂପାଦନା କରିବାକୁ ଆହ୍ୱାନ କରାଯାଇଥିଲା ।ପରେ ଜିଲ୍ଲାର ପୋଲିସ ରେ କାର୍ଯ୍ୟରତ ସମୟରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସବଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା, ଏଏସଆଇ ବିନୋଦ ବିହାରୀ ସେଠୀ, ହାବିଲଦାର ସନତ କୁମାର ପଣ୍ଡା, କନେଷ୍ଟବଲ ତୋମନ ସିଂ ଠାକୁର, ଜିବେଶ୍ୱର ଶବରଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଏସପି ସୁନିଲ କୁମାର ଆଚାର୍ଯ୍ୟ, ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡ଼ା ଆଇଆଇସି ଆଦିତ୍ୟ ମହାକୁଡ, ଜୋଙ୍କ ଆଇଆଇସି ଯୁଗଳ କୁମାର ମଲ୍ଲିକ ପ୍ରମୁଖଙ୍କ ସହ ସିଆରପିଏଫ,ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।