ଧର୍ମଗଡ଼ରୁ ସୁଶାନ୍ତ ରାଉତ:କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର 7 ଟି ବିଧାନସଭା ମଣ୍ଡଳୀ କୁ ନେଇ ଗଠିତ | ଚଳିତ ସାଧାରଣ ନିର୍ବାଚନ ରେ ଏହି ଲୋକସଭା ଆସନ ରୁ 7 ଜଣ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ୁଛନ୍ତି | ହେଲେ ପ୍ରମୁଖ ଜାତୀୟ ଓ ଆଞ୍ଚଳିକ ଦଳ ବ୍ୟତୀତ ଏଠାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଶ୍ରୀ ହାତୀରାମ ଦୁର୍ଗା ଚର୍ଚ୍ଚାରେ ଅଛନ୍ତି | ସେ ଆଗରୁ ଓଡିଶା ପୋଲିସ ରେ କାର୍ଯ୍ୟରତ ଥିଲେ,ଚାକିରୀ ସମୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାଶୁଣା ହେବା ସହ ଲୋକ ପରିଚୟ ଅଛନ୍ତି .ଶାନ୍ତଶିଷ୍ଟ ,ସରଳ ଭାବମୂର୍ତ୍ତି ଭାବେ ନିଜ ଧର୍ମଗଡ଼,ଗଲାମୁଣ୍ଡା ଓ କୋକୋସାରା ବ୍ଲକରେ ସେ ଜଣାଶୁଣା ଅଟନ୍ତି | ଏଣୁ ଏହି ସବୁ ଅଂଚଳରେ ଭୋଟର ପ୍ରଭାବିତ ହୋଇ ପାରେ ଓ ଶ୍ରୀ ଦୁର୍ଗା ଅନୁସୂଚିତ ବର୍ଗରୁ ହୋଇଥିବାରୁ ନିଜ ସାମାଜିକ ତଥା ଦଳିତ ଭୋଟ ହାତେଇବା ରେ ସଫଳ ହେବେ ବୋଲି ଚର୍ଚ୍ଚା ହେଉଛି |