ହେଡଲାଇନସ୍:

୫୦ହଜାରରୁ ଅଧିକ ଟଙ୍କା ମିଳିଲେ ଜବତ କର : ଉପଜିଲ୍ଲାପାଳ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 

ଚମ୍ପୁଆ(ଚିତ୍ତ ରଞ୍ଜନ କର) : ସାରା ରାଜ୍ୟରେ ବର୍ତମାନ ନିର୍ବାଚନ ଆଚରଣ ବିଧି ବଳବତର ରହିଛି । ନିର୍ବାଚନ କମିସନଙ୍କ ନିୟମ ମୁତାବକ ଜଣେ ବ୍ୟକ୍ତି ନିଜ ପାଖରେ ସର୍ବାଧିକ ୫୦ହଜାର ଟଙ୍କା ରଖିପାରିବେ । ଯଦି ଗାଡ଼ି ଯାଂଚ ସମୟରେ  କୌଣସି ବ୍ୟକ୍ତିଙ୍କ ନିକଟରୁ ଅଧିକ ଟଙ୍କା ମିଳେ ତେବେ ସମ୍ପୃକ୍ତ ଟଙ୍କାକୁ ଜବତ କରିବାକୁ ଉପଜିଲ୍ଲାପାଳ ପାରୁଲ ପଟାୱରୀ ସମସ୍ତ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

 ଆଜି ପୂର୍ବାହ୍ନ ୧୦ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉପଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ, ଚମ୍ପୁଆ(୨୫) ନିର୍ବାଚନମଣ୍ଡଳୀ ସାରା ରାଜ୍ୟରେ ବ୍ୟୟବହୁଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ । ଆଗକୁ ନିର୍ବାଚନ ଥିବା ଯୋଗୁଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ପାଟଣା ଓ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଜୋରଦାର ଚେକିଂ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ପ୍ରତିଟି ଗାଡ଼ି ତନ୍ନତନ୍ନ କରି ଯାଂଚ କରିବାକୁ ଫ୍ଲାଇଂ ସ୍କ୍ୱାଡ଼  ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାଂଚ ସମୟରେ ଯଦି କୌଣସି ବ୍ୟକ୍ତିି କିମ୍ବା ଦଳୀୟ ପ୍ରାର୍ଥୀଙ୍କ ନିକଟରୁ ୫୦ହଜାରରୁ ଅଧିକ ଟଙ୍କା ମିଳେ ତେବେ ତୁରନ୍ତ ଉକ୍ତ ଟଙ୍କା ଜବତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ବେଆଇନ୍ ମଦ, ଅସ୍ତ୍ରଶସ୍ତ୍ର, ବନ୍ଧୁକ କିମ୍ବା ଗୁଳିଗୋଳା ଯଦି କୌଣସି ଗାଡ଼ିରୁ ମିଳେ ତେବେ ତାହା ମଧ୍ୟ ଜବତ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ନିକଟରୁ ୧୦ଲକ୍ଷରୁ ଅଧିକ ଟଙ୍କା ମିଳେ ତେବେ ଆୟକର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପଜିଲ୍ଲାପାଳ ମାଜିଷ୍ଟ୍ରେଟମାନଙ୍କୁ  ନିର୍ଦ୍ଦେଶ  ଦେଇଥିଲେ । ଉକ୍ତ ବୈଠକରେ ଉକ୍ତ ବୈଠକରେ ଉଭୟ ପାଟଣା(୨୩) ଓ ଚମ୍ପୁଆ(୨୫) ନିର୍ବାଚନମଣ୍ଡଳୀର ଫ୍ଲାଇଂ ସ୍କ୍ୱାଡ଼  ମାଜିଷ୍ଟ୍ରେଟ ,ବହୁ ବରିଷ୍ଠ  ପ୍ରଶାସନିକ ଅଧିକାରୀ ଏବଂ ପୋଲିସ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault