ହିନ୍ଦୁତ୍ଵର ସୁରକ୍ଷା ବିନା ଭାରତର ବିକାଶ ଅସମ୍ଭବ - କୁସୁମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା- ହିନ୍ଦୁତ୍ଵ ଏକ ରାଷ୍ଟ୍ର ଭାବନା,ହିନ୍ଦୁତ୍ଵ ଏକ ଶୃଙ୍ଖଳିତ ଜୀବନଧାରା। ହିନ୍ଦୁତ୍ଵକୁ ଛାଡି ଭାରତୀୟତାର ପରିକଳ୍ପନା ସମ୍ଭବ ନୁହେଁ। ହେଲେ ଆଜି ଆମ ଦେଶରେ ହିନ୍ଦୁ ସ୍ବାର୍ଥକୁ ଯେଭଳି ଭାବରେ ଅଣଦେଖା କରାଯାଉଛି ତାହା ଦିନେ ଭାରତ ପାଇଁ ବିନାଶର କାରଣ ହେବ। କାରଣ ହିନ୍ଦୁତ୍ଵର ସୁରକ୍ଷା ବିନା ଭାରତର ବିକାଶ ଅସମ୍ଭବ। ଆଜି ଝାରସୁଗୁଡା ସସ୍କୃତି ଭବନରେ ଅନୁଷ୍ଠିତ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ଧର୍ମପ୍ରସାର ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଏଭଳି ମତ ରଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ ନେତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ। ଶ୍ରୀ କୁସୁମ ଏହି ଅବସରରେ ଆହୁରି କହିଛନ୍ତି ଯେ ଦେଶରେ ଆଜି ସମସ୍ତ ରାଜନୈତିକ ଦଳ ବିକାଶର ଡିଡିମ୍ବ ପିଟୁଥିବା ବେଳେ, ଦେଶର ପ୍ରକୃତ ବିକାଶକୁ ସମସ୍ତେ ଅଣଦେଖା କରିଛନ୍ତି। ଦୀର୍ଘ ୭୨ ବର୍ଷର ଶାସନ ଭିତରେ ସମସ୍ତେ ହିନ୍ଦୁତ୍ଵ ସହିତ ଛଳନା କରିଛନ୍ତି। ତେଣୁ ଭାରତର ମୂଳ ସମସ୍ୟା ହିନ୍ଦୁତ୍ଵ ଆଜି ଦେଶରେ ଅପ୍ରାସଙ୍ଗିକ ହୋଇ ରହିଯାଇଛି। ଆଜି ଦେଶରେ ୩୦୦୦ ସରକାରୀ ସ୍ବିକୃତିପ୍ରାପ୍ତ କନ୍ସେଇଖାନା ଚାଲିଥିବା ବେଳେ, ପ୍ରତ୍ୟେକ ଦିନ ୨୪୦୦ ଟନ୍ ଗୋ-ମାନ୍ସ ବିଦେଶକୁ ରପ୍ତାନୀ ହେଉଛି। ଆଜି ୫ କୋଟି ବାଙ୍ଗଲାଦେଶି ଓ ୧୦ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ଭାରତର ଅର୍ଥନୀତି ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ଛିଡା କରିସାରିଥିବା ବେଳେ ସବୁ ଶାସନତନ୍ତ୍ର ଅନ୍ଧ ପାଲଟିଯାଇଛି। ଆଜି କାଶ୍ମୀର ପଣ୍ଡିତଙ୍କ ଦୁଖ ବୁଝିବାକୁ କେହି ନାହିଁ।ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ତମ୍ବୁତଳେ ଦୟନୀୟ ଅବସ୍ଥାରେ ପୂଜା ପାଉଥିବା ବେଳେ,ତାଙ୍କ ଦୟନୀୟ ଅବସ୍ଥାକୁ ହୃଦୟଙ୍ଗମ କରିବାକୁ କେହିନାହି। ହିନ୍ଦୁସ୍ଥାନ ନାମରେ ପରିଚିତ ଭାରତରେ ହିନ୍ଦୁ ମାନେ ଯେତିକି ନିର୍ୟାତିତ ହେଉଛନ୍ତି ତାଠାରୁ ଅଧିକ ନିର୍ୟାତନା ଆଉ କଣ ହୋଇପାରେ ବୋଲି ଶ୍ରୀ କୁସୁମ ପ୍ରଶ୍ନ କରିଛନ୍ତି। ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ,ଦିନେ ଗାନ୍ଧାର ରୁ କନ୍ୟାକୁମରି ଯାଏ ଭାରତବର୍ଷ ଥିବା ବେଳେ ହିନ୍ଦୁମାନଙ୍କ ମଧ୍ୟରେ ଏକତାର ଅଭାବ ତଥା ବିଧର୍ମୀ ମାନଙ୍କ କୁଟଚକ୍ରାନ୍ତ ଯୋଗୁଁ ଭାରତ ଆଜି ଖଣ୍ଡବିଖଣ୍ଡିତ ହୋଇଛି।ଦେଶର ଯେଉଁ ଭାଗରେ ହିନ୍ଦୁ ସଙ୍ଖ୍ୟା ହ୍ରାସ ପାଉଛି ସେଠି ଦେଶ ବିଭାଜନର ସ୍ବର ଉଠିବା ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି। ତେଣୁ ଭାରତର ସୁରକ୍ଷା ପାଇଁ ହିନ୍ଦୁ ଓ ହିନ୍ଦୁତ୍ଵ ବଞ୍ଚିରହିବା ବହୁ ଆବଶ୍ୟକ ଅଟେ। କାରଣ ହିନ୍ଦୁ ହିଁ ଭାରତକୁ ମାତୃଭୂମି,ପୂଣ୍ୟଭୁମି,କର୍ମଭୁମି ବୋଲି ବିଚାରକରେ।ତେଣୁ ହିନ୍ଦୁତ୍ବର ସୁରକ୍ଷା ବିନା ଭାରତର ବିକାଶ ଅସମ୍ଭବ ଅଟେ ବୋଲି ଶ୍ରୀ କୁସୁମ ଗଣମାଧ୍ୟମ ଆଗରେ ଦୃଢୋକ୍ତି ପ୍ରକାଶ କରିବା ସହିତ ହିନ୍ଦୁତ୍ଵର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଯତ୍ନବାନ ହେବାକୁ ଆହ୍ୱାନ କରିଛନ୍ତି।

0
0
0
s2sdefault