ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲ ଆଇନଜୀବୀ ସଂଘର ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବଳରାମ ମହାନ୍ତି, ଉପସଭାପତି ଭାବେ ଅବଦୁଲ ଲାତିଫ, କୋଷଧକ୍ଷ ଭାବେ ପ୍ରଦୀପ ମହାନ୍ତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା। ଭୋଟ ଗଣତି ପରେ ରଣଜିତ ବାରିକ ସମ୍ପାଦକ ଓ ପ୍ରତାପ କୁମାର ଜେନା ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି କାର୍ଯ୍ୟ ନିର୍ବାହୀ ପରିଷଦ ସଦସ୍ୟ ଭାବେ ତରୁଣ କୁମାର ସେନ, ହରିଶ୍ଚନ୍ଦ୍ର ବାରି, ଲକ୍ଷ୍ମୀ ଖୁଣ୍ଟିଆ, ମିହିର କୁମାର ନାମତୋଆର, ଲବଙ୍ଗଲତା ଲୋହାର ନିର୍ବାଚିତ ହୋଇଥିବା ଜଣାପଡିଛି।