ହେଡଲାଇନସ୍:

ବିଜେଡିରେ ଯୋଗଦେଲେ କଟକ ସଦର, ଟାଙ୍ଗୀ-ଚୌଦ୍ୱାରର କଂଗ୍ରେସ ଓ ବିଜେପି ନେତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଟକ ସଦର କଂଗ୍ରେସ ପୂର୍ବତନ ଉପ-ସଭାପତି ଦୁର୍ଯ୍ୟୋଧନ  ସାହୁ, କଂଗ୍ରେସ ସେବା ଦଳ ରାଜ୍ୟ ସଭାପତି ତଥା ପିସିସି ସଭ୍ୟ ଶିବେନ୍ଦ୍ର ହାତି, ବରିଷ୍ଠ  ବିଜେପି ନେତା ମାଗୁଣି ଚରଣ ମହାନ୍ତି, ଚୌଦ୍ୱାର ମଣ୍ଡଳ ସଂପାଦିକା ନିର୍ମଳା ବେହୁରା, ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ବାସନ୍ତୀ ପଲେଇ, ଟାଙ୍ଗି -ଚୌଦ୍ୱାର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ନିଜ ନିଜର ଶହ ଶହ ସମର୍ଥକଙ୍କ ସହ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିସହ ଶିଖରପୁର ପୂଜା କମିଟିର କୋଷାଧ୍ୟକ୍ଷ ବସନ୍ତ ମହାନ୍ତି, ହାଲ୍‍ର ପୂର୍ବତନ ଅଧିକାରୀ ବସନ୍ତ ସ୍ୱାଇଁ, ଶିଖରପୁରର ବରିଷ୍ଠ ମୁରବୀ ବଳରାମ ସ୍ୱାଇଁ, ମହିଳା ସ୍ୱେଚ୍ଛାସେବୀ ସଂଘର ସଭାପତି ଶାନ୍ତିଲତା ସିଂହ, ନାରୀନେତ୍ରୀ ରୀନା ସ୍ୱାଇଁ, ସଂଯୁକ୍ତା ଦଳାଇ, ବୀଣାପାଣି ବେଉରା, ରାଜକିଶୋର ଗିରି, ଆଲୋକ ଶୁକ୍ଳା, ଭାରତ ଭୂଷଣ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପିର କର୍ମୀମାନଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ କଟକ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ହାତି କହିଥିଲେ ଯେ ବହୁବର୍ଷ ଧରି ମୁଁ ଦଳ ସହିତ ଜଡ଼ିତ ଥିଲି । କିନ୍ତୁ ବର୍ତ୍ତମାନ ଦଳର ହାଇକମାଣ୍ଡ ଯେଭଳି ଅଣଦେଖା କରିଚାଲିଛନ୍ତି, ସେଥିରେ ଅତିଷ୍ଠ  ହୋଇ ଆଜି କଂଗ୍ରେସ ପରିତ୍ୟାଗ କରିଲୁ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ସାମିଲ ହୋଇଛି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ, ରାଜ୍ୟ ସଂପାଦକ ବିଜୟ ନାୟକ, କଟକ-ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault