ହେଡଲାଇନସ୍:

ଘେଁସ ମଣ୍ଡଳସ୍ତରୀୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବିଜେପିର ଘେଁସ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳସଭାପତି ଲୋକେଶ୍ଵର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଥିରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ବରଗଡ଼ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ବିଜେପି ଶାସନର ଏକ ବର୍ଷ ପୂର୍ତ୍ତି ପରେ ଭଟଲି ନିର୍ବାଚନମଣ୍ଡଳୀରେକିଭଳି ଉନ୍ନତି ହୋଇଛି ତଥା ଲୋକେ ସେବା ପାଉଛନ୍ତି ସେ ବାବଦରେ ଉପସ୍ଥିତ କର୍ମକର୍ତ୍ତା ଓ ଜନସାଧାରଣଙ୍କୁ ଜଣାଇଥିଲେ। ପୁଣି ଚାଷୀ ଆଗେଇଲେ ଦେଶଆଗେଇବ | ତେଣୁ ବିଜେପି ଚାଷୀଙ୍କ ଉନ୍ନତି ପାଇଁସବୁବେଳେ ସଙ୍କଳ୍ପବଦ୍ଧ | ଆଗାମୀ ଦିନରେ ଚାଷଓ ଚାଷୀଙ୍କୁ ସୁହାଇବା ଭଳି ଅନେକ ଯୋଜନା ସରକାର ପ୍ରଣୟନ କରିବାକୁ ଯାଉଥିବା ବିଧାୟକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଥିଲେ। ଏହା ସହ ଆଗାମୀ ଦିନରେ ଲୋକଙ୍କ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ | ଏଥିରେ ଘେଁସ, ତବଡ଼ା, ପେଟୁପାଲି, ବେହେରାପାଲି, ଝର, କୁଚିପାଲି, ସନିମାଲ, କଲଙ୍ଗାପାଲି, ବିର୍ଜାମ, ସାଲେପାଲି, ବିଜାପାଲି ପଞ୍ଚାୟତ ବିଜେପି କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ |

0
0
0
s2sdefault