ହେଡଲାଇନସ୍:

ନାଟକ "ମିଶନ 2019" : ଡବଲ ରୋଲରେ ଦେଖାଦେବେ ଦାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡି ଘୋଷଣା କଲା 18 ଜଣିଆ ପ୍ରାର୍ଥୀ ତାଲିକା

ଦାମଙ୍କ କଚେପବାର , ଯୁଗଳ ନିରାଶ

ପାରାଦ୍ବୀପରୁ ଲଢ଼ିବେ ଦାମ ନନ୍ଦନ , ଭଦ୍ରକରୁ ସଂଜୀବ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବଦାନ ଘଟାଇ ଆଜି ପାରାଦୀପ ବିଧାନସଭା  ଆସନ ପାଇଁ ବିଜେପି ନେତା ଦାମୋଦର ରାଉତଙ୍କ ସୁପୁତ୍ର ସମ୍ବିତ ରାଉତରାୟ(ବାପି)ଙ୍କୁ ପ୍ରାର୍ଥୀ କରିଛି।  ତେଣୁ ପାରାଦୀପରେ ବାପି-ବାପି ଲଢେଇ ନିଶ୍ଚିତ ହୋଇଯାଇଛି । ତେଣୁ ଦାମ ବାବୁଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ । ଏରସମାରେ ବିଜେପି, ପାରାଦୀପରେ ବିଜେଡି । ଏରସମାରେ ଓପନ, ପାରାଦୀପରେ ଗୋପନ ।ସେହିଭଳି ଅନ୍ୟ ନେତାଙ୍କ ପୁଅ ଥଇଥାନ ହୋଇଥିବା ବେଳେ ନିରାଶ ହୋଇଛନ୍ତି ବରିଷ୍ଠ ନେତା ଯୁଗଳ ପଟନାୟକ । ତାଙ୍କ ପୁଅ ଅସିତ ଓରଫ ବୁଲୁଙ୍କୁ ଏଥର ଟିକଟ ରୁ ବଂଚିତ କରିଛି ଦଳ । ଭଦ୍ରକ ଭଳି ସମ୍ବେଦନଶୀଳ ଆସନ ପାଇଁ ଜିଲାର ବହୁମାନ୍ୟ ନେତା ସ୍ବର୍ଗତ ହୃଦାନନ୍ଦ ମଲ୍ଲିକ ଙ୍କ ସୁପୁତ୍ର ସଂଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।

ଆଜି ଘୋଷିତ 18ଟି ଆସନ  ମଧ୍ୟରୁ ଦଳ ୯ଟି ଆସନରେ ଦଳୀୟ ବିଧାୟକ/  ନୂଆ ଚେହେରା ଉତାରିଛି  । ୧୮ଟି ଆସନରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସେଗୁଡିକ ଏହିମତେ ।  ପୁରୀ- ମହେଶ୍ୱର ମହାନ୍ତି, ଜଟଣୀ- ବିଭୂତି ବଳବନ୍ତ ରାୟ, କଟକ-ବାରବାଟୀ, ଦେବାଶିଷ ରାଉରତରାୟ, କଟକ ସଦର- ଚନ୍ଦ୍ର ସାରଥୀ ବେହେରା, ରେଙ୍ଗାଲୀ- ରୀନା ତନ୍ତି, ଜଷିପୁର- ଗୋଲକ ନାୟକ, ବାଙ୍ଗୀରିପୋଷୀ- ସୁଦାମ ମାରାଣ୍ଡି, ସାରସକଣା- ଅମରସିଂ ଟୁଡୁ, ଉଦଳା- ଶ୍ରୀନାଥ ସୋରେନ,  ବାଲେଶ୍ୱର- ଜୀବନ ପ୍ରଦୀପ ଦାସ, ଜଳେଶ୍ୱର- ଅଶ୍ୱନୀ ପାତ୍ର, ବଡସାହି- ବୃନ୍ଦାବନ ଦାସ, ଭଦ୍ରକ- ସଞ୍ଜୀବ ମଲ୍ଲିକ, ସୋର- ପର୍ଶୁରାମ ଧଡା,  ବଡଚଣା- ଅମର ପ୍ରସାଦ ଶତପଥୀ, ପାରାଦୀପ- ସମ୍ବୀତ ରାଉତରାୟ, ତିର୍ତ୍ତୋଲ – ବିଷ୍ଣୁଦାସ ଓ  ରାଜନଗର- ଧ୍ରୁବ ସାହୁ ।

0
0
0
s2sdefault