ହେଡଲାଇନସ୍:

 ବିଜେଡିରେ  ଯୋଗଦେଲେ 9 ଜିଲ୍ଲା ପରିଷଦ ସଭ୍ୟ । 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

     ବରଗଡ :-  ଗତକାଲି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବରଗଡ ଜିଲ୍ଲାର 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ମଧ୍ୟାହ୍ନରେ ପଦ୍ମପୁର ବିଜୁ ଜନତା ଦଳର କାର୍ଯଳୟ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉପସ୍ଥିତି ରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ମଳ ଭାବମୂର୍ତୀ , ମନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସିଂ ଓ ବିଜେଡି ଜିଲ୍ଲା ସଭାପତି  ଙ୍କର ବାଲିଷ୍ଟ ନେତୃତ୍ବ ରେ ଅନୁପ୍ରାଣିତ ହେଇ ତଥା ବରଗଡ଼ ଜିଲ୍ଲାର ବିକାଶ ପାଇଁ ସେମାନେ ସମସ୍ତେ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି ।

ଏହି କାର୍ଯକ୍ରମରେ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତା ଙ୍କର ସହିତ ଯୁବନେତା ସୁବ୍ରତ ସିଂ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଶ୍ରୀ ନାରାୟଣ ସାହୁ ଉପସ୍ଥିତ ଥିଲେ ।

0
0
0
s2sdefault