ପାରଳା ବିଧାୟକ ଦେଖାଇଲେ ମଣିଷ ପଣିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘାଟିରାସ୍ତାରେ ଦୁର୍ଘଟଣା- ଗ୍ରସ୍ତ ଗୁରୁତରଙ୍କୁ ନିଜ ଗାଡିରେ ବସାଇ ହସପିଟାଲ ପହଞ୍ଚାଇଲେ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ୟାକୁ କହନ୍ତି ମଣିଷ ପଣିଆ, ଆଉ ବାସ୍ତବିକ ଲୋକ ପ୍ରତିନିଧିର କର୍ତ୍ତବ୍ୟ | ଆମେ କିଛି ଦିନ ତଳେ ସୋହେଲା ଠାରେ ଘଟିଥିବା ଦୁର୍ଘଟଣା ଖବର ପାଇଁ କେମିତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଦୁର୍ଘଟଣାଗ୍ରସ୍ତ ମାନଙ୍କୁ ନିଜ ହାତରେ ଉଠାଇ ଡାକ୍ତରଖାନା ନେଇ  ଚିକିତ୍ସା କରାଇବା ବିଷୟରେ ଉଲ୍ଳେକ୍ଯ କରିଥିଲୁ | ତାଙ୍କର ମାନବୀୟ ମୂଲ୍ୟବୋଧର ଉଦାହରଣ ଦେଇଥିଲୁ | ଆଜି ସେହିପରି ଆଉଜଣେ ଲୋକ ପ୍ରତିନିଧିଙ୍କ ମାନବୀୟ ମୂଲ୍ୟବୋଧର ଅବତାରଣା କରୁଛୁ | ବ୍ୟାସବିକ ୟାଙ୍କୁ କହିବା ମାନବୀୟ ମୂଲ୍ୟବୋଧ ଯୁକ୍ତ ଲୋକ ପ୍ରତିନିଧି | ଆଉ ସେଭଳି ମାନବିକତା ପୁର୍ଣ କାର୍ଯ୍ୟ କରିଛନ୍ତି ପାରଳା ବିଧାୟକ କେ ସୁର୍ଯ୍ୟାରାଓ |

ଘଟଣାଟି ଏମିତି | ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତହଜଙ୍ଗ ଗ୍ରାମ ନିକଟସ୍ଥ କୋଣ୍ଡା ପାର୍ସମ୍ୱା ଘାଟି ରାସ୍ତାରେ ଏକ ୪୦୭ ଏକ ମିନି ଭେନ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିବା ଫଳରେ ଡ୍ରାଇଭର ସମେତ ୯ଜଣ ଗୁରୁତର ହୋଇପଡିଥିଲେ । ଆମ୍ୱୁଲେନ୍‍ସ ଆସିବା କିଛିଟା ବିଳମ୍ୱ ହେବା ଜାଣି ନିର୍ବାଚନ ପ୍ରଚାର କାର୍ଯ୍ୟରେ ସେ ଅଞ୍ଚଳ ଦେଇ ଆସୁଥିବା ପାରଳା ବିଧାୟକ  କେ.ସୁର୍ଯ୍ୟାରାଓ ନିଜ ପ୍ରଚାର କଥା ଭୁଲିଯାଇ ତୁରନ୍ତ ଗୁରୁତର ଆହତ ଲୋକଙ୍କୁ ନିଜ ସ୍କୋର୍ପିଓ  ଗାଡିରେ ବସାଇ ପାରଳାଖେମୁଣ୍ଡି  ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ ।

ଚିକିତ୍ସାଳୟରେ ପହଞ୍ଚିବା କ୍ଷଣି ନିଜେ ଉପସ୍ଥିତ ରହି ଡକ୍‍ଟର ମାନଙ୍କ ଦ୍ୱାରା କିଭଳି ତୁରନ୍ତ ଚିକିତ୍ସା ହେବ ତାହା କହିଥିଲେ । ବିଧାୟକଙ୍କ ଶ୍ରୀ ରାଓଙ୍କ ଏଭଳି ମାନବିକତା ତଥା ମହାନୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଜିଲ୍ଲାପାଳ ଅନୁପମ ସାହା ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତମାନଙ୍କ ଅବସ୍ଥା ଡକ୍‍ଟର ମାନଙ୍କୁ ପଚାରି ବୁଝିଥିଲେ । ଘଟଣାର ପ୍ରକାଶ ଯେ ଭେନ ଗାଡିଟି ଆଜି ପ୍ରାୟ ୧୨ଟା ବେଳେ ଗୁମ୍ମା ବ୍ଲକର  ଅନୁଗୁଟି ଗ୍ରାମର ନୁଆଗଡ ବ୍ଲକ ଖଜୁରୀପଦା ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ୮ଜଣଙ୍କୁ ନେଇ ଯାଉଥିଲା । ତେବେ ତହଜଙ୍ଗ ଗ୍ରାମ ନିକଟସ୍ଥ କୋଣ୍ଡା ପାର୍ସମ୍ୱା ଘାଟି ରାସ୍ତାରେ ଓହ୍ଲାଇବା ବେଳେ ଗାଡିରେ ଆଉ ବ୍ରେକ ଆଉ ଧରିଲା ନାହିଁ । ବ୍ରେକ ଫେଲ ହେବା ଦେଖି ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ପାର୍ଶ୍ୱକୁ  ପିଟି ହୋଇ ଓଲଟି ପଡଥିଲା । ଫଳରେ ଏଭଳି ଘଟଣା ଘଟିଥିଲା । ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବା ଯୋଗୁଁ ତାଙ୍କ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

0
0
0
s2sdefault