ମନରେଗା ଯୋଜନା ପାଲଟିଛି "ମନଇଛା ମାରି ଖା" ଯୋଜନା 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 8 ଜଣ ଭୁତ ହିତାଧିକାରୀଙ୍କ ନାଁରେ ସାଢେ ତିନି ଲକ୍ଷ  ଟଙ୍କା ହଡପ          

ସିନାପାଲିରୁ ନିରାକାର ମେହେର : ସିନାପାଲି ବ୍ଲକ ସିନାପାଲି ପଂଚାୟତ ରେ ମନରେଗା ପାଣ୍ଠିରୁ ବ୍ୟାପକ ଜାଲିଆତି ଅଭିଯୋଗ ହେଇଛି ! ସରପଞ୍ଚ ନିଜେ ଅଭିଯୋଗ କରିଛନ୍ତି ! ତାଙ୍କ ଅଜଣାରେ 8 ଜଣ ଭୁତ ହିତାଧିକାରୀଙ୍କ ଉଦେଶ୍ୟ ରେ ୩ ଲକ୍ଷ୍ ୫୩ ହଜାର ୮୦  ଟଙ୍କା ମନରେଗା ପାଣ୍ଠିରୁ ଉଠାନ୍ ହେଇଥିବ ଅଭିଯୋଗ ହେଇଛି !ଏଠି ପାଇଁ କୌଣସି ଫାଇଳ  ଖୋଲା ହେଇ ନାହିଁ !ସରପଞ୍ଚ ଏହି  ବିଷୟ ରେ ବିଡ଼ିଓ ଙ୍କୁ ଜଣାଇଥିଲେ !ସରପଞ୍ଚ ଅଭିଯୋଗ ମୁତାବକ 2018-19 ଆର୍ଥୀକ ବର୍ଷରେ ସିନାପାଲି ପଂଚାୟତରେ କୌଣସି ହିତାଧିକାରୀଙ୍କୁ ଜମି ମରାମତି ପାଇଁ କାର୍ଯ୍ୟାଦେଶ ଦେଇନାହିଁ ! କିମ୍ବା ଫାଇଳ ଖୋଲା ହେଇ ନାହିଁ ! ହେଲେ ସିନାପାଲି ସହର ର ସରୋଜ ମେହେର, ଟିକନୁ ମେହେର, ଅଚ୍ୟୁତନନ୍ଦ ମେହେର, ଓ କାପସି ଗ୍ରାମ ର ଦାମୋଦର ଦାସ, କିଶୋର ଦାସ, ଦୈତାରୀ ଦାସ, ହଳଧର ମସରା,ଦେବେନ୍ଦ୍ର ମସରା ଆଦି ଙ୍କା ନାମ ରେ 3 ଲକ୍ଷ୍ୟ 80 ହଜାର 80ଟଙ୍କା ପାଉଣା ହେଇଥିଵା ମନରେଗା ୱେବସାଇ ରେ ଦର୍ଶଯାଇଛି ! ଏହି ସବୁ କାର୍ଯ୍ୟ ରେ ସରପଞ୍ଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଙ୍କ ଦସ୍ତଖତ ଦରକାର ପଡିଥାଏ ! କାର୍ଯ୍ୟ ନିର୍ବାହୀ ଅଧିକାରୀ ପାସ କଲାପରେ ପାଉଣା ପ୍ରଦାନ କରାଯାଇଥାଏ !କିନ୍ତୁ ସରପଞ୍ଚ ଙ୍କ ଅଜାଣତ ରେ କିପରି ସମ୍ଭବ ହେଲା ତାହା ବିଷମୟ ସୃଷ୍ଟି କରୁଛି ! ସରପଞ୍ଚ ଙ୍କ କହିବ ଅନୁସାରେ ତାଙ୍କ ଡିଜିଟାଲ ଦସ୍ତଖତ ସାର୍ଟିଫିକେଟ ସମ୍ପୂକ୍ତ ଏପିଓ ଙ୍କ ଠାରେ ଦୀର୍ଘଦିନ ହେଲାଜମା କରି ଛନ୍ତି !ଏହି ଡିଜିଟାଲ ଦସ୍ତଖତ ସାର୍ଟିଫିକେଟ ର ଜାଲିଆତି କରାଯାଇ ଥାଇପାରେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି !ସରପଞ୍ଚ ଏହି ବିଷୟ ରେ ବିଡ଼ିଓ ଙ୍କୁ ଲିଖିତ ଜଣାଇଛନ୍ତି ! ତେବେ ବିଡ଼ିଓ ଙ୍କୁ ପଚରା ଯାଇଥିବାରୁ ଘଟଣା ରା ତଦନ୍ତ ଚାଲିଛି ଏବଂ ପ୍ରକୁତ ତଥ୍ୟ ଜଣା ପଡ଼ିନାହିଁ ବୋଲି କହିଥିଲେ !ଅନ୍ୟ ପକ୍ଷ୍ୟ ରେ ମନରେଗା ଏପିଓ ବନିତା ବିଶ୍ୱାସ ଙ୍କୁ ପଚାରିବାରୁ ସ୍ୱାମୀ ଘଟଣାରା ସତ୍ୟତା ଥିବା କହିଥିଲେ ! ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀ ଙ୍କୁ ଜଣାଇଛନ୍ତି ! ସମସ୍ତ ଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଛନ୍ତି !

0
0
0
s2sdefault