ହେଡଲାଇନସ୍:

ପ୍ରାକ୍ତନ ବିଧାୟକ ବିରେନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଭଦ୍ରକର ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ପୌରାଧ୍ୟକ୍ଷ ଜନନେତା ବିରେନ ପଲେଇଙ୍କୁ ତାଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସକାଳ ୭ଟାରେ ୰ ପଲେଇଙ୍କ ସମାଧି ପୀଠରେ ବହୁ ବରିଷ୍ଠ କଂଗ୍ରେସ ନେତା ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଭଦ୍ରକ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ୰ ପଲେଇଙ୍କ ସ୍ମୃତିରେ ଅନୁଷ୍ଠିତ  ହୋଇଥିବାବେଳେ, ପ୍ରାକ୍ତନ ଜିଲ୍ଲା ସଭାପତି ନରେନ ପଲେଇ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ପୂର୍ବାହ୍ନ ୧୧ଟାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସ୍ମତିଚାରଣ ସଭାକୁ ଜିଲ୍ଲା ସଭାପତି ଅଶୋକ କୁମାର ଦାସ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ପରେ ବିରେନ ପଲେଇ ସ୍ମୃତି ସଂସଦର ସଭାପତି ଦିଲ୍ଲୀପ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ  ଏକ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ର. ବିଜୟ କୁମାର ଜେନା ଯୋଗଦେଇ ଯୋଗଜନ୍ମା ବିରେନ ଥିଲେ ଆଧୁନିକ ଭଦ୍ରକର ନିର୍ମାତା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ମୁରଲି ଯେନା, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ପିସିସି ସଂପାଦକ ଦେବରୂପ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, ସତ୍ୟାନନ୍ଦ ରାଉତ, ଗୋଲାମ ମହିଉଦ୍ଧିନ, କାର୍ଯ୍ୟକାରୀ ସଭାପପତି ନଳିନୀ ମହାନ୍ତି, ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ, ମେଡ଼ିଆ ସେଲ ସଂଯୋଜକ ଅତିଶ ଦାସ, ବରିଷ୍ଠ  ନେତା ନାରାୟଣଚନ୍ଦ୍ର ପାଢ଼ୀ, ଦେବେନ୍ଦ୍ର ମହାନ୍ତି, ବିରେନ୍ଦ୍ର ପଣ୍ଡା,ଗୋଲକ ମହାପାତ୍ର,ନରନାରାୟଣ ଜେନା, ଅବଦୁଲ ମୋଦିଦ ଖାଁ, ସେକ ସମଦାନୀ, ଅତୁଲ୍ୟ ନାୟକ, ସରୋଜ ଦାସ, ଆଶିଶ ରାଉତ, କୁଟିଆ ନାୟକ,ଲକ୍ଷ୍ମୀଧର ସାହୁ, ମିଲୁ ମହାନ୍ତି, ଆପ୍ପା ରାଓ, କାମେଶ ପରିଡ଼ା,  କାଉ ଖାନ, ଅବଦୁଲ ସଲାମ, ଟୁଟୁ ମହାପାତ୍ର, ପ୍ରଫୁଲ୍ଲ ସାମଲ, ଗୋପବନ୍ଧୁ ଦାସ, ନିଶିକାନ୍ତ ନାୟକ, ଅନନ୍ତ ପଣ୍ଡା, ଧବଳେଶ୍ୱର ପଣ୍ଡା, ମକରା ସାହୁ, ଲାପୁ ମହାକୁଡ଼, ସୁଶାନ୍ତ ଘଡେ଼ଇ, ନାରୀନେତ୍ରୀ ସବିତା ଚନ୍ଦ, ଜାନକୀ ମଲିକ, ହରପ୍ରିୟା ଜେନା, ବିଷ୍ଣୁପ୍ରିୟା ଜେନା, ଯୁବନେତା ରାଜେଶ ଦାସ, ନୀର ମଲିକ, ଟିକନ ମହାପାତ୍ର, ଆଶିଶ ନାୟକ, ହେମନ୍ତ ମହାପାତ୍ର, ସେକ ଜଫିରୁଦ୍ଧିନ, ମୁନା ପରିଡ଼ା, ଗୋପାଳ ତ୍ରିପାଠୀ, ଭିକି ଦାସ, ମଙ୍ଗୁଳି ମହାପାତ୍ର, ମନୋଜ ପଣ୍ଡା,ଅନାର ଖାଁ,ବିଜୟ ନାୟକ, ଅଜୟ ନାୟକ, ଅଜୁ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  

0
0
0
s2sdefault