ପଦ୍ମପୁର(ନୀଳ ଦୀପ) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ବାନରେ ସୋମବାର ଦେଶବ୍ୟାପୀ ଦୋକାନବଜାର ବନ୍ଦ ଡାକରା ଦିଆଯାଇଛି। ସୋମବାର ଓଡ଼ିଶା ସମେତ ୧୮ଟି ରାଜ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ଦେଇଛନ୍ତି। ଔଷଧ ଏବଂ ପେଟ୍ରୋଲ ଟାଙ୍କିକୁ ବନ୍ଦ ପାଳନରୁ ବାଦ୍ ଦିଆଯାଇଛି।
ଏହି ମହାବନ୍ଦକୁ ସମର୍ଥନ କରି ପଦ୍ମପୁର ବଣିକ ସଙ୍ଘର ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ଆହ୍ବନକ୍ରମେ ପଦ୍ମପୁର ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଛି । ସକାଳ ୧୦ ଘଣ୍ଟା ସମୟରେ ପଦ୍ମପୁର ସହରର ଭେଉଁରିଆ ଛକଠାରେ ସହରର ବଣିକ ସଙ୍ଘ ତଥା ବିଭିନ୍ନ ଅନୁଷ୍ଠାନ ଯଥା ବଣିକ ସଙ୍ଘ, ମାରୱାଡି ଯୁବାମଞ୍ଚ,ଲାୟନ୍ସ କ୍ଳବ,ନାଗରିକ କମିଟି,ଓକିଲ ସଙ୍ଘ,ସାହୁ ସମାଜ,ମୁସଲିମ ସମାଜ,ଗୁଜରାତି ସମାଜ,ସଙ୍ଗୀତ ସମିତି,ନେହରୁ ସ୍ପୋଟିଙ୍ଗ, ବୋରାସମ୍ବର ସ୍ପୋଟିଙ୍ଗ,ଆସା ଓ ସତ୍କାର, ଏବିସିଡି,ଟ୍ରକ ମାଲିକ ସଙ୍ଘ,ଟ୍ରେକର ମାଲିକ ସଙ୍ଘ,ରିକ୍ସା ଚାଳକ ସଙ୍ଘ ଓ ମଜଦୁର ସଙ୍ଘର ସଦସ୍ୟମାନେ ଏକତ୍ରିତ ହୋଇ ଏକ କ୍ୟାଣ୍ଡେଲ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ "ସହିଦ ଯବାନ ଅମର ରହେ","ଭାରତ ମାତା କି ଜୟ","ପାକିସ୍ତାନ ମୁର୍ଦାବାଦ" ପ୍ରଭୃତି ନାରାବାଜୀ ଦେଇ ସହର ପରିକ୍ରମା କରିଥିଲେ ଏବଂ ଭେଉଁରିଆ ଛକଠାରେ ପହଞ୍ଚି ସହିଦ ଜବାନଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରର୍ଥନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ନନ୍ଦକିଶୋର ଅଗ୍ରୱାଲ,ଗଜାନନ୍ଦ ଶର୍ମା,ଗୋବିନ୍ଦପ୍ରସାଦ ଅଗ୍ରୱାଲ,ସୁନିଲ ଅଗ୍ରୱାଲ, ଅଜିତ ଶତପଥି,ଶିବାଶିଷ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ମହୁଲପାଲି ଓ କନସିଂହା ଛକର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।
ସେହିପରି ପାଇକମାଲରେ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଏକ ବିଶାଳ ରାଲି ପାଇକମାଲ ମୁଖ୍ୟ ଛକ ଠାରୁ ବ୍ଲକ ଅଫିସ ପର୍ଯନ୍ତ ଯାଇ ସେଠାରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କର ଉଦ୍ୟେଶ୍ୟରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ଯେଉଁଥିରେ ପୁଲବାମା ରେ ଆତଙ୍କବାଦୀ ମାନଙ୍କର ଦ୍ୱରା CRPF ର 42 ଜଣ ଯବାନଙ୍କୁ କରାଯାଇଥିବା ନୃଶଂସ ହତ୍ୟାର ପ୍ରତିଶୋଧ ନେବା ପାଇଁ ଅନୁରୋଧ କରାଯାଇଥିଲା । ପାଇକମାଲ ନାଗରିକ କମିଟି ଓ ବଣିକ ସଙ୍ଗ ଦ୍ୱରା ଆୟୋଜିତ ଏହି ବନ୍ଦ ଓ ରେଲି ରେ ଦଳମତ ନିର୍ବିଶେଷ ରେ ସମସ୍ତ ବ୍ୟବସାୟ , ସାଧାରଣ ଜନତା , ଅଂଚଳର ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ରହିଛନ୍ତି ।