ହେଡଲାଇନସ୍:

ଜିିଲ୍ଲା ଓକିଲ ସଂଘର ଆଲୋଚନାଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ଅମିତ ପୁରୋହିତ :  ସ୍ଥାନୀୟ କୋର୍ଟ ପରିସରରେ ଜିଲ୍ଲା ଓଳିଲ ସଂଘ ପକ୍ଷରୁ ନ୍ୟାୟ ଦେବାରେ ବିଲମ୍ବିତ ସମ୍ପର୍କିତ ଏକ ଆଲୋଚନାଚକ୍ର ଅଵୁସ୍ଥିତ  ହୋଇଯାଇଛି ।  ସନ୍ଧ୍ୟା ୭ଟାବେଳେ ବାର ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଓଳିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ସଭାପତିତ୍ୱ କରିଥିଲେ । ହାଇକୋର୍ଟ ମାନ୍ୟବର ବିଚାରପତି କେ.ଆର. ମହାପାତ୍ର, ନୂଆପଡ଼ା ଜିଲ୍ଲା ଦୌରାଜଜ୍ ଅସୀମ କୁମାର ଦଳବେହେରା, ହାଇର୍କୋଟ ରେଜିଷ୍ଟାର ପ୍ରତାପ କୁମାର ପାତ୍ର ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୁଲୱାମା ଶହୀଦଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା ହୋଇଥିଲା । ସଂଘ ତରଫରୁ ସହ ସମ୍ପାଦକ ଅଶ୍ୱିନୀ ବାଗ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ବରିଷ୍ଠ  ଆଇନଜୀବୀ ମୂରଲୀଧର ପଣ୍ଡା, ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ତ୍ରିଲୋକ ଚନ୍ଦ ସୋନୀ ବିଳମ୍ବିତ ନ୍ୟାୟ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ବିଚାରପତି ମହାପାତ୍ର କହିଥିଲେ ନ୍ୟାୟିକ ବ୍ୟବସ୍ଥାରେ ବହୁ ସୁଧାର ଆସିଛି । ଏଥିପାଇଁ ଯେତେବେଳେ କୌଣସି ବ୍ୟକ୍ତି ନ୍ୟାୟ ପାଇଁ ଆସୁଛି ତାକୁ ଠିକ ଭାବରେ ବୁଝିବା ସହ ବୁଝେଇବାକୁ ପଡିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଧର୍ମବୀର ଯୋଷୀ ଧନ୍ୟବାଦ ଜ୍ଞାପନ କରିଥିଲେ ।ବରିଷ୍ଠ  ଆଇନଜିବୀ ପ୍ରଶନ୍ନ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ଶବର, ପରିମଳକାନ୍ତି ବୋଷ ଙ୍କୁ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋର୍ଟର ସମସ୍ତ ବିଚାରପତି ସମୂହ ଯୋଗ ଦେଇଥିଲେ । ସହିଭିଲ ବାର ଆସୋସିଏଶନର ସମ୍ପାଦକ ବିଶ୍ୱମଣୀ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଶ୍ୱେତରାମ ଦେୱାଙ୍ଗନ, କୁମୁଦ ହୋତା, ପ୍ରକାଶ ସ୍ୱାଇଁ, କେଶବାନନ୍ଦ ପଣ୍ଡା, ଭରତ ବେହେରା, ସୁଧିର କୁମାର ସୁପକାର, କେ.ସି. ପଣ୍ଡା, ଘାସିରାମ ବାଗ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault