ବାଲେଶ୍ୱର(ଉଜ୍ଜ୍ୱଳ କର) : ଶ୍ରୀନଗରର ପୁଲୱାମାଠାରେ ସନ୍ତ୍ରାସବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ୍ ୪୪ ଜଣ ସିଆରପିଏଫ ଯବାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଦୁଇଦିନ ଧରି ଚାଲିଛି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ସୈନିକ କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା ଫାଣ୍ଡିଛକରେ ପହଞ୍ଚିଥିଲା । କ୍ୟାଣ୍ଡେଲ ଜାଳି ଶହୀଦ ସୈନିକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ବାଲେଶ୍ୱରର ବିଭିନ୍ନ ସାମ୍ବାଦିକ ସଂଘ, ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ, ସିଭିଲ ସୋସାଇଟି, ବାର ଆସୋସିଏସନ, ଏବିଭିପି ଛାତ୍ର ସଂଗଠନ, ପ୍ରୟାସ ପରିବାର, କମ୍ପିଟେଟିଭ ୟୁନିୟନ, ହନୁମାନ ସେବା ସଂଗଠନ,ଶ୍ରୀରାମ ଚେତନା ସଂଗଠନ, ବଜରଙ୍ଗଦଳ ପ୍ରଭୃତି ସଂଗଠନଙ୍କ ସମେତ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଭୃତି ରାଜନୈତିକ ଦଳଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପାକିସ୍ତାନର ହୀନ ଉଦ୍ୟମକୁ ତୀବ୍ର ନିନ୍ଦା କରାଯାଇଛି । କେତେକ ସ୍ଥାନରେ ପାକିସ୍ତାନ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଉଛି । ପାକିସ୍ତାନର ସହଯୋଗରେ ସନ୍ତ୍ରାବାଦୀଙ୍କ ଏହି ଆକ୍ରମଣ ଯୋଗୁଁ ଆମଦେଶ ୪୪ ଜଣ ସୈନିକଙ୍କୁ ହରାଇବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଥିଲେ । ସରକାର ସମ୍ବେଦନଶୀଳତାର ଏହି ଘଟଣାର ଜବାବ ତୁରନ୍ତ ଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ବିଭିନ୍ନ ସ୍ଥାନରେ ଜାରି ରହିଥିବା ନିରବ ଶୋଭାଯାତ୍ରା, ନିରବ ପ୍ରାର୍ଥନା, କ୍ୟାଣ୍ଡେଲ ଶୋଭାଯାତ୍ରାରେ ସମଗ୍ର ବାଲେଶ୍ୱର ସହରରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି ।
ରାଜ୍ୟ
ପୁଲୱାମା ଆତ୍ମଘାତୀ ଆକ୍ରମଣଙ୍କୁ ନିନ୍ଦା: ବିଭିନ୍ନ ସଂଗଠନ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
- Hits: 729