ହେଡଲାଇନସ୍:

ପଦ୍ମପୁରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ଶନିବାର ସନ୍ଧ୍ୟାରେ ନେହରୁ ସ୍ପୋଟିଙ୍ଗ ଓ ବୋରାସମ୍ବର ସ୍ପୋଟିଙ୍ଗର ମିଳିତ ଆୟୋଜନ ରେ ଗତ ୧୪/୦୨/୨୦୧୯ ତାରିଖରେ ଜମ୍ମୁ କାଶ୍ମୀର ର ଫୁଲୱାମା ଠାରେ CRPF ର ଜବାନଙ୍କ ଉପରେ ହେଇଥିବା ଆତ୍ମଘାତୀ ଆକ୍ରମଣ ରେ ସହିଦ ହେଇଥିବା ବାହାଦୂର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପ୍ରଥମେ ଶହୀଦ ମାନଙ୍କର ଫୋଟୋ ର ମାଲ୍ୟାର୍ପଣ କରାଯିବା ପରେ ଏକ କେଣ୍ଡେଲ ମାର୍ଚ୍ଚ ବାହାରି ପଦ୍ମପୁର ସହର ପରିକ୍ରମା କରିବା ପରେ ପୁନର୍ବାର ଶହୀଦ ମାନଙ୍କର ଉଦ୍ଦେଶ୍ୟ ରେ ମୁଖ୍ୟ ଛକ ଠାରେ ଦୁଇ ମିନିଟ ର ନିରବ ପ୍ରାଥନା କରାଯାଇଥିଲା   ଏହି ଅବସରରେ ' ଶହୀଦ ଯବାନ ଅମର ରହେ,ହିନ୍ଦୁସ୍ଥାନ ଜିନ୍ଦାବାଦ, ପାକିସ୍ଥାନ ମୁରଦାବାଦ ପ୍ରମୁଖ୍ୟ ନାରାରେ ପଦ୍ମପୁର ସହର ପ୍ରକମ୍ପିତ ହେଇଯାଇଥିଲା । 

             ପଦ୍ମପୁରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନେହରୁ ସ୍ପୋଟିଙ୍ଗର ଶିବାଶିଷ ପଟ୍ଟନାୟକ, ସନ୍ତୋଷ ସାହୁ, ସୁଦାମ ଦାନୀ,ସାବନ ସାହୁ, ନୀଲାମ୍ବର ଦୀପ,ନିରାକାର ଦୀପ,ସନ୍ତୋଷ ସେଠ,ଦେବାଶିଷ ପଟ୍ଟନାୟକ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଏବଂ ବୋରାସମ୍ବର ସ୍ପୋଟିଙ୍ଗର ଭରତ ପଣ୍ଡା, ପ୍ରଶାନ୍ତ ମହାନ୍ତି, ତାପସ ମହାନ୍ତି, ଶନି ସାଗର,ନିଳୁ ଦାଶ,ବାଦଳ ପାଢୀ,ସୁନିଲ ଦାଶ,ସୁନିଲ ସାହୁ, କପିଲ ଅଗ୍ରୱାଲ,ଲାଲୁ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ରାଜନୈତିକ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ,ବୈଜ୍ୟେଷ୍ଠ ବ୍ୟକ୍ତି, ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ପାକିସ୍ଥାନର ପ୍ରାୟୋଜିତ ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ ଓ ସହିଦ ଜବାନ ମାନଙ୍କ ଅମର ଆତ୍ମାର ଶଦଗତି ପ୍ରାର୍ଥନା କରିଥିଲେ ।

0
0
0
s2sdefault