ହେଡଲାଇନସ୍:

ଆସନ୍ତା ୨୨ତାରିଖ ରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ : ନୂଆପଡ଼ା ଜିଲ୍ଲାରେ ୫୦ କେନ୍ଦ୍ରରେ ୯୩୯୪ ପରୀକ୍ଷାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ କୁମାର ପୁରୋହିତ) ; ଚଳିତ ବର୍ଷ  ଆାସନ୍ତା ୨୨ ତାରିଖଠାରୁ ମାଟ୍ରିକ ବୋର୍ଡ ପରୀକ୍ଷା  ଆରମ୍ଭ ହେବ । ଏଥିରେ ଜିଲ୍ଲାର ୫ଟି ବ୍ଲକର ୫୦ଟି କେନ୍ଦ୍ରରେ ମୋଟ ୯ ହଜାର ୩୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ ପରୀକ୍ଷା କେନ୍ଦ୍ରଗୁଡିକରେ କ୍ଲୋଜ ସର୍କିଟ କ୍ୟାମେରା ସବୁ ଖଞାଯିବାକୁ ବ୍ୟବସ୍ଥା କରାଯିବ । କିଭଳି ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରାଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଜିଲ୍ଲା  ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ନୂଆପଡ଼ା ଏକ ଉପାନ୍ତ ଜିଲ୍ଲା । ଏଠାରେ ଉଚ୍ଚ ଶିକ୍ଷାରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବାବେଳେ ଗତବର୍ଷ ଭଳି ଏହାକୁ ଠିକ ପରିଚାଳନା କରାଯିବାକୁ ସବୁ ପ୍ରକାର ଉଦ୍ୟମ କରାଯାଇଥିବା କୁହାଯାଉଛି ।  ସୂଚନା ମୁତାବକ ଏଥର ଜିଲ୍ଲରେ ଆସନ୍ତା ୨୨ତାରିଖଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ପରୀକ୍ଷା ପୂର୍ବାହ୍ନ ୧୦ ଟା  ରୁ ଆରମ୍ଭ ହୋଇ ୧୨ ଟା ୩୦ ଯାଏଁ ଚାଲିବ । କେବଳ ଗଣିତ ପରୀକ୍ଷା ୧୨ଟା ୪୫ ଯାଏଁ ଚାଲିବ ବୋଲି ନିର୍ଦ୍ଧାରିତ  ହୋଇଛି । ପିଲାଙ୍କ ସୁବିଧା ଦୃଷ୍ଟିକୋଣରୁ ନୂଆପଡ଼ା ବ୍ଲକରେ ୧୩ଟି କେନ୍ଦ୍ରରେ ୨୫୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ କୋମନା ବ୍ଲକରେ ୧୧ଟି କେନ୍ଦ୍ରରେ ୧୯୩୭ ଛାତ୍ରଛାତ୍ରୀ, ଖଡିଆଳ ବ୍ଲକରେ ୧୦ ଟି କେନ୍ଦ୍ରରେ ୧୮୭୪ଜଣ ଛାତ୍ରଛାତ୍ରୀ, ବୋଡେନରେ ୮ଟି କେନ୍ଦ୍ରରେ ୧୫୧୮ ଜଣ ଛାତ୍ରଛାତ୍ରୀ, ସିନାପାଲି ବ୍ଲକରେ ୮ଟି କେନ୍ଦ୍ରରେ ୧୫୪୦ଜଣ  ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଚୂଡାନ୍ତ ତାଲିକା ଆସିଛି । ଏଥିରେ ୩୩ଟି ସରକାରୀ ହାଇସ୍କୁଲ ସାମିଲ ଥିବାବେଳେ ନୂତନ ସରକାରୀ ତାଲିକାରେ ୫୧ଟି, ଆଡେଡ୍ ୧୮ଟି ଏବଂ ବେସକାରୀ ୫ଟି ହାଇସ୍କୁଲ କରି ମୋଟ ୧୪୫ଟି ବିଦ୍ୟାଳୟର ପରୀକ୍ଷାର୍ଥୀ ଏଥିରେ ସାମିଲ ରହିବେ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକରେ କ୍ଲୋଜ ସର୍କିଟ କ୍ୟାମେରା ସବୁ ଖଞାଯିବାକୁ ବ୍ୟବସ୍ଥା କରାଯାଉଥିବା ବିଭାଗ ସୂତ୍ରରୁ ପ୍ରକାଶ । ଏଥିପାଇଁ ପରୀକ୍ଷକମାନଙ୍କ ଏକ ସ୍ୱତନ୍ତ୍ର ତାଲିମ  କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖରେ ହେବାକୁ ଚୂଡାନ୍ତ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିବା ପ୍ରକାଶ ।

 

0
0
0
s2sdefault