ହେଡଲାଇନସ୍:

୭୦ ଛୁଇଁଲା ସରକାରୀ ସହାୟତା ମିଳିଲାନି, ମିଳିବ କେବେ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାତକ ପରି ଚାହିଁ ରହିଛନ୍ତି ଅସହାୟ ଦୁର୍ଯ୍ୟୋଧନ

ତିର୍ତ୍ତୋଲ(ରମେଶ ମହାନ୍ତି)- ସରକାର ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଇଦେବା ସହିତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରୁଛନ୍ତି । ଏହାସତ୍ୱେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଦେଉଳି ଗ୍ରାମର ସ୍ୱର୍ଗତ ଶଙ୍କର ରାଉଳଙ୍କ ପୁଅ ଦୁର୍ଯ୍ୟୋଧନ ରାଉଳଙ୍କ ବୟସ ୭୦ ଛୁଇଁଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇପାରିନଥିବା ଜଣାପଡ଼ିଛି ।  ସେ ଜଣେ ଅକର୍ମଣ୍ୟ ବ୍ୟକ୍ତି, ତାଙ୍କ ସ୍ତ୍ରୀ ମିଲି ରାଉଳଙ୍କ ସହାୟତା ବିନା ଏବେ ଚଲା ବୁଲା କରିବା ଅସମ୍ଭବ ହୋଇପଡ଼ିଛି  । ମା ଶାରଳାଙ୍କ ସେବା କରି ଚଳୁଥିବା ଦୁର୍ଯ୍ୟୋଧନଙ୍କ ଶରୀରର ଗୋଟି ଏ ପାଶ୍ୱର୍ ଅଚଳ ହୋଇଯାଇଛି  । ତାଙ୍କୁ ନା ମିଳିଛି ଆବାସ ଯୋଜନାର ସହାୟତା ନା ରାସନ କାଡର଼୍  । ଫଳରେ ମା ଶାରଳାଙ୍କ ବେଢ଼ା ପରିସରରେ ଦିନ କାଟୁଛନ୍ତି ଦୁର୍ଯ୍ୟୋଧନ  । ବାର୍ଦ୍ଧକ୍ୟ ଭତ୍ତା ପାଇବାପାଇଁ ଏକାଧିକ ବାର ଜିଲ୍ଲାପାଳଙ୍କ ନିକଟରେ ସେ ଦରଖାସ୍ତ କରିସାରିଛନ୍ତି  । ଫଟୋ ପରିଚୟ ପତ୍ର ଓ ଆଧାର କାର୍ଡରେ ବୟସ କମ୍ ଉଲ୍ଲେଖ ଥିବା କାରଣରୁ ଏହି ଯୋଜନା ଅପହଞ୍ଚ ହୋଇଛି ବୋଲି ସ୍ଥାନୀୟ ଜନପ୍ରତିନିଧିମାନେ କହୁଥିବାବେଳେ ସେ କିପରି ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ  ଦୃଷ୍ଟି ଦେବାକୁ ଅକର୍ମଣ୍ୟ ଦୁର୍ଯ୍ୟୋଧନ ଆକୁଳ ନିବେଦନ କରୁଛନ୍ତି  ।

 

0
0
0
s2sdefault