ହେଡଲାଇନସ୍:

ବେପରୁଆ ବନ ବିଭାଗ ଓ ପୌରପରିଷଦର:ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଦୁଇ ବିଚାରପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ବନ ବିଭାଗ ଓ ପୌରପରିଷଦର ବେପରୁଆ ମନୋଭାବ କାରଣରୁ ଗୁରୁବାର  ଅପରାହ୍ନରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିଚାରପତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା କଚେରୀ ପରିସରରେ ଥିବା ବରଗଛର ଏକ ଡ଼ାଳ ଶୁଖି ବିପଦ ପୂର୍ଣ୍ଣ ଅବସ୍ଥାରେ ବହୁ ଦିନ ଧରି ରହିଥିଲା । ଏବିଷୟରେ ବାରିପଦା ବନଖଣ୍ଡ ଅଧିକାରୀ ଓ ବାରିପଦା ପୌରପରିଷଦରେ ବାରମ୍ବାର ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଡ଼ାଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ । ଗୁରୁବାର ଅପରାହ୍ନରେ ଆଇନ ସେବା ପ୍ରାଧିକରଣ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର  କାର୍ଯ୍ୟ ଶେଷ ହେବା ପରେ ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରା ଓ ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ସ୍ମୃତିରଞ୍ଜନ ମହାପାତ୍ର କୋର୍ଟରୁ ବାହାରକୁ ବାହାରି ଆସୁଥିବା ସମୟରେ ଉକ୍ତ ବିରାଟକାୟ ଶୁଖିଲା ଡ଼ାଳଟି ଭାଙ୍ଗି ତଳେ ପଡ଼ିଯାଇ ଥିଲେ । ଫଳରେ ଏକ ବଡ଼ ଧରଣର ଆକସ୍ମିକ ଦୁର୍ଘଟଣାରୁ ଏହି ଦୁଇ ବିଚାରପତି ଅଳ୍ପକେ ବର୍ତ୍ତି ଯାଇଥିଲେ । 

0
0
0
s2sdefault