ହେଡଲାଇନସ୍:

ଓଡ଼ଗାଁରେ ଛାତ୍ରୀମାନଙ୍କୁ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପିମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରୀମାନଙ୍କ ପାଇଁ ଡ୍ରେସ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାର୍ବଜନୀନ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ାଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଡ୍ରେସ ବଣ୍ଟନ କରିଥିଲେ। ଏହାସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସିଆରସିସି ନରେଶ ଚନ୍ଦ୍ର ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା ସଭାପତି ବରେନ୍ଦ୍ର ନନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସରକାରଙ୍କ ଏହି ପଦକ୍ଷେପ ଛାତ୍ରୀମାନଙ୍କ ମନରେ ସମାନତାର ଭାବନା ଜଗାଇବା ସହ ପାଠପଢ଼ା ପ୍ରତି ଆହୁରି ଉତ୍ସାହ ସୃଷ୍ଟି କରିବ। ସେ ଆହୁରି କହିଥିଲେ ଯେ, ଏହି ଡ୍ରେସ ପ୍ରଦାନ ଯୋଜନା ଅର୍ଥନୈତିକ ଭାବେ ଦୁର୍ବଳ ପରିବାରର ଛାତ୍ରୀମାନଙ୍କ ପାଇଁ ବିଶେଷ ଉପକାରୀ ସାବ୍ୟସ୍ତ ହେବ। ନୂତନ ଡ୍ରେସ ପାଇ ଛାତ୍ରୀମାନେ ଖୁସି ପ୍ରକାଶ କରିଥିବା ସହ ସରକାର ଓ ବିଦ୍ୟାଳୟ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶିକ୍ଷକମଣ୍ଡଳୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମାପ୍ତ ହୋଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଅବସାନ ଘୋଷଣା କରାଯାଇଥିଲା।

0
0
0
s2sdefault