ହେଡଲାଇନସ୍:

ଭାଜପାର ବିପୁଳ ବିଜୟରେ ଓଡଗାଁରେ ଝାଲ ମୁଡି, ମିଠାଇ ପ୍ରଦାନ ସହିତ ବାଣ ଫୁଟାଇ ଭାଜପା ତରଫରୁ ବିଜୟ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୪।୫ (ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ବେସରକାରୀ ଭାବେ ଘୋଷଣା ହୋଇଥିବା ୫ ରାଜ୍ୟର ବିଧାନ ସଭା ନିର୍ବାଚନ ଫଳାଫଳକୁ ନେଇ ସାଧାରଣରେ ବେଶ ହର୍ଷ ଉଲ୍ଲାସ ଦେଖାଦେଇଛି | ବିଶେଷକରି ପଶ୍ଚିମ ବଙ୍ଗଳା, ଆସାମ ଓ ପୁଡ଼ୁଚେରିରେ ଏନଡିଏ (ଭାଜପା )ସହିତ ସନାତନର ବିପୁଳ ବିଜୟରେ ଉତ୍ସାହିତ ହୋଇ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକରେ ଭାଜପା ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଛି | ଏହି ଅବସରରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ହନୁମାନ ଛକରେ ଶତାଧିକ କର୍ମି ଏକାଠି ହୋଇ ହଜାର ହଜାର ଲୋକଙ୍କୁ କାଗଜ ଠୁଙ୍ଗା (କୋନ )ରେ ଝାଲ ମୁଡି ପ୍ରସ୍ତୁତ କରି ବିତରଣ କରିବା ସହିତ ଜୟ ଶ୍ରୀରାମ, ଭାରତ ମାତାକି ଜୟ ଓ ମୋଦି ହେ ତୋ ମୁମକିନ ହେ ନାରା ଦେଇ ବିଜୟ ଉତ୍ସବ ପାଳନ କରିଥିଲେ | ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁ ଓ ମଣ୍ଡଳ କାର୍ଯ୍ୟକର୍ତା ପ୍ରଭାକର ବେହେରା, ମାଧବ ଚନ୍ଦ୍ର ସାହୁ, ତପନ ସାମନ୍ତରାୟ, ସଞ୍ଜୟ ସାହୁ ଓ ଯଂଜ୍ଞ ସାମଲ ଓ ଜଗନାଥ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ପଟୁଆର ସହିତ ଆତସ ବାଜି କାର୍ଯ୍ୟକ୍ରମ ସମସ୍ତଙ୍କୁ ଉଲ୍ଲସିତ କରିଥିଲା ।

0
0
0
s2sdefault