ହେଡଲାଇନସ୍:

ବିରିତୋଳ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ସହିତ (ଏଲ୍ ଇ ଡି) ବଲ୍ବ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ /ପାରାଦ୍ବୀପ -ରମେଶ ମହାନ୍ତି : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତୃତୀୟ ପର୍ଯ୍ୟାୟ "ପିଠା" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମରୁ ପାଲା ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ବାବଦରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟିକା ଡଃ ରାଜଶ୍ରୀ ମଲ୍ଲିକ,ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି,ବିଡିଓ ରଞ୍ଜନ କୁମାର ପରିଡା,ଜିଲ୍ଲାପରିଷଦ ସଭ୍ୟ ଲିପାଲି ରାଉଳ,ସ୍ଥାନିୟ ସରପଞ୍ଚ ରୁକସାନା ବେଗମ,ସମିତି ସଭ୍ୟା ବିଜୟିନୀ ମଲ୍ଲିକ,ଜିପିଓ ସଞ୍ଜୟ ଦାସ ଉକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତୋଫାନ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ।ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଠ ପିଠା ତିଆରି କରି ଷ୍ଟଲରେ ପ୍ରଦର୍ଶନ କରିଥିଲେ।ଏଥି ସହିତ ଉପସ୍ଥିତ ଲୋକମାନଙ୍କୁ (ଏଲ୍ ଇ ଡି) ବଲ୍ ବଣ୍ଟନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ୱାର୍ଡ଼ ସଭ୍ୟା ମମତା ସାହୁ,ପଂଚାୟତ ସଂଗଠକ ସେକ୍ ଲତିଫ ଉଦ୍ଦିନ,ଅକ୍ଷୟ ମହାନ୍ତି,ପପୁ ମଲ୍ଲିକଙ୍କ ସମେତ ପଞ୍ଚାୟତର ପାଞ୍ଚ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

 

0
0
0
s2sdefault