ହେଡଲାଇନସ୍:

ବଲ ଏବେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟରେ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ଓ ନେତୃବୃନ୍ଦ 

ବରଗଡ/ନୀଳ ଦୀପ  -  ଚିର ମରୁଡି ପ୍ରପିଡ଼ିତ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ୩୫ ଦିନର ଆନ୍ଦୋଳନ ପରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ଅଜିତ ଶତପଥିଙ୍କ ସହିତ ପଦ୍ମପୁର ଉପକଣ୍ଠର ବହୁ ରାଜନେତା ଓ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟର ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବିନେଇ ବିସ୍ତ୍ରୁତ ଆଲୋଚନା କରିଥିଲେ ।ଏହି ଆଲୋଚନା ସମୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ବଢେଇ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ,ପୂର୍ବତନ ମୁଖ୍ୟ ସଚେତକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ,ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ,ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତଫ ମହମ୍ମଦ , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ , ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ ,ଗାଇସିଲାଟ ବ୍ଳକ ଉପାଧ୍ୟକ୍ଷ ପ୍ରଣୟ ସାହୁ,ପଦ୍ମପୁର ଓକିଲ ସଙ୍ଘର ସମ୍ପାଦକ ଶାନ୍ତନୁ ତ୍ରିପାଠୀ,ସାମ୍ବାଦିକ ଶୁସାନ୍ତ ବାରିକ,ପାଇକମାଲ ନାଗରିକ କମିଟିର ସଦସ୍ୟ ନିଳମଣି ପଣ୍ଡା, ରାଜୁ ସାହୁ,ପ୍ରେମସାଗର ଫୌଜଦାର,ଗାଇସିଲାଟ ବ୍ଳକର ରଞ୍ଜନ ପଣ୍ଡା, ମନୋଜ ପଣ୍ଡା, ଦେବେନ ଯୋଷୀ, ଝାରବନ୍ଧ ବ୍ଳକର ବିରଦତ୍ୟ ସାହୁ ଓ ପାଇକମାଲ ବ୍ଳକର ବିନୋଦ କାଲିଆ ଓ ପଦ୍ମପୁର ଉପଖଣ୍ଡର ଅନେକ ଭଦ୍ରବ୍ୟକ୍ତି ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଥିଲେ । ଆବାହକ ଶ୍ରୀ ଅଜିତ ଶତପଥୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଦ୍ମପୁର ଜିଲ୍ଲା ଦବୀର ବିଭିନ୍ନ କୋଣ କୁ ଅତି ସହଜ ଭାବରେ ବୁଝାଇବା ସହିତ ବିଜୁ ବାବୁ ମଧ୍ୟ ପଦ୍ମପୁର କୁ ଜିଲ୍ଲା ଭାବରେ ଦେଖିବାକୁ ଚାହୁଁଥିଲେ ବୋଲି କହିଥିଲେ । ସମସ୍ତଙ୍କ ସହ କଥା ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସିଙ୍କ ଏହି ଦାବି ଉପରେ ନିଶ୍ଚିତ ଭାବରେ ବିଚାର କରିବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଚର୍ଚ୍ଚାପରେ ଆସନ୍ତା କାଲି ପଦ୍ମପୁର ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକରେ ସମସ୍ତ ଅଂଚଳ ବାସୀ ଙ୍କର ସହିତ ଆଲୋଚନା ପରେ ପରବର୍ତୀ ପର୍ଯାୟରେ ଆନ୍ଦୋଳନ ର ରୂପରେଖା ପ୍ରସ୍ତୁତ କରାଯିବ ବୋଲି କମିଟି ର ଆବାହକ ଜଣାଇଛନ୍ତି । ହେଲେ ବଲ ଏବେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟରେ,ଆଉ ମୁଣ୍ଡ ଉପରେ ନିର୍ବାଚନ | ଦେଖାଯାଉ ଆଗକୁ କଣ ହେଉଛି | 

0
0
0
s2sdefault