ଜିଲ୍ଲା ଦାବି ପାଇଁ ଜାରି ଆନ୍ଦୋଳନରେ ସାମିଲ ହେଲେ ଗଣମାଧ୍ୟମ ପ୍ରତିନିଧି
ବରଗଡ ଜିଲ୍ଲା ପ୍ରତିନିଧି ନିଳ ଦୀପ
ସମାଜର ଦୈନନ୍ଦିନ ସୁଖଦୁଖ, ଅଂଚଳର ସୁବିଧା ଅସୁବିଧା ତଥା ଜନସାଧାରଣଙ୍କ ଦାବୀ, ପ୍ରଶାସନିକ ଉଦାସୀନତା ଖବର ମାଧ୍ୟମରେ ଜନସଚେତନ ସୃଷ୍ଟି କରୁଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ମିଲିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଛି ଆନ୍ଦୋଳନରେ | ଏଥିରେ ଗଣଧାରଣାରେ ସାମିଲ ହୋଇଥିଲେ ପଦ୍ମପୁର ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକ ସଂଘ । ଚୀର ମରୁଡି ପ୍ରପିଡିତ ତଥା ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ସମଗ୍ର ଭାରତରେ ପଛୁଆ ଥିବା ପଦ୍ମପୁର ଉପଖଣ୍ଡ ସରକାରୀ ନିଷ୍ପତ୍ତିର ଦୂରଦର୍ଶିତା ଅଭାବରୁ ବରଗଡ ଭଳି ଏକ ଜଳସେଚିତ ଶିଳ୍ପ ସମୃଦ୍ଧ ଏବଂ ଉନ୍ନତ ଜିଲ୍ଲାରେ ସାମିଲ କରାଯାଇଥିବାରୁ ଏହି ଅଂଚଳର କୌଣସି ପ୍ରକାରର ବିକାଶ ହୋଇ ପାରୁନାହିଁ । ଚାଷୀ ସମସ୍ୟା,ଦାଦନ ସମସ୍ୟା ତଥା ବେକାରୀ ସମସ୍ୟାରେ ଆକ୍ରାନ୍ତ ଏହି ଉପଖଣ୍ଡ । ପଦ୍ମପୁର ଉପଖଣ୍ଡ ନିଜର ଏକ ସାଂସ୍କୁତିକ ତଥା ଐତିହାସିକ ବିଭବ ଅଳଙ୍କୃତ କରିଅଛି । ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ତଥା ପ୍ରାକୃତିକ ସୌନ୍ଦଯ୍ୟ ଭରା ନୃସିଂହନାଥ ପୀଠ ଆଜି ମଧ୍ୟ ଅବହେଲିତ । ସୁଦୀର୍ଘ ୧୨୦ କିମି ପରିଧି ମଧ୍ୟରେ ଅବସ୍ଥିତ ଏହି ଉପଖଣ୍ଡ ଏକ ଉପାନ୍ତ ଅଂଚଳ ଲୋକଙ୍କ ଜିବନ ଜୀବିକା ପାଇଁ ଏ ପର୍ଯ୍ୟନ୍ତ ସୁବିଧା ସୁଯୋଗ ନାହିଁ । ଏହି ଅଂଚଳର ଶିକ୍ଷିତ ଯୁବକ ଆବଶ୍ୟକ ଭିତିଭୂମି,ସୁଯୋଗ ତଥା ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇଆସୁଛନ୍ତି । ଜିଲ୍ଲାକୁ ଏକ ମାନକ ରୁପେ ଗ୍ରହଣ କରାଯାଉଥିବାରୁ ବିଭିନ୍ନ କେନ୍ଦ୍ର ତଥା ରାଜ୍ୟର ସ୍ୱତନ୍ତ୍ର ଅନୁଦାନରୁ ଅଂଚଳ ବାସୀ ବଂଚିତ ହୋଇ ଆସୁଛନ୍ତି ।ଏହି ଅଂଚଳର ସାମାଜିକ,ଅର୍ଥନୈତିକ ତଥା ଧାର୍ମିକ ସାମଞ୍ଜସ୍ୟ କବକ ଜିଲ୍ଲା ମାନଙ୍କ ସହିତ ସମାନ ହୋଇଥରବା ବେଲେ ଏହି ଉପଖଣ୍ଡ ବାସୀ କବକ ଅଂଚଳବସୀ ଠାରୁ ଆହୁରି ଦୟନୀୟ ପରିସ୍ଥିତିରେ ବାସ କରୁଛନ୍ତି ।ସାମାନ୍ୟ ଚିକିତ୍ସା ପାଇଁ ଏହି ଅଂଚଲବାସୀ ଦୂରକୁ ଯାତ୍ରା କରିବା ପାଇଁ ହଇରାଣ ହେଉଛନ୍ତି ।ଛୋଟ ଜିଲ୍ଲା ପ୍ରଶାସନ ଦୃଷ୍ଟି କୋଣରୁ ସୁବିଧା ଜନକ ବୋଲି ବିବେଚନା କରାଯାଇ ୧୩ରୁ୩୦ ଜିଲ୍ଲା ଗଠନ କରାଗଲା ସମୟରେ ବେଲେ ଦୂରଦର୍ଶିତା ଅଭାବରୁ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦିଆଗଲା ନାହିଁ ।ଦାସ କମିଶନଙ୍କ ରିପୋର୍ଟରେ ୧୪ତମ ଜିଲ୍ଲା ଭାବରେ ତତକାଳିନ ସମ୍ବଲପୁର ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଏକ ଜିଲ୍ଲା ଗଠନ ପାଇଁ ସୁପାରିଶ କରାଯ୍ଧବଥିଲେ ମଧ୍ୟ ଏହି ଉପଖଣ୍ଡ ସେଥିରୁ ବଂଚିତ ହୋଇଥିଲେ ।୧୯୯୨ ମସିହାରେ ଏହି ଅଂଚଳରେ ବ୍ୟାପକ ଜନ ଆନେ୍ଦାଳନ ହୋଇଥିଲା ଏବଂ ଅଂଚଳର ଦାବୀକୁ ଦୃଷ୍ଟିରେ ରଖି ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲ ଘୋଷଣା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତି ଯଦିଓ କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତମାନ ପରିପେକ୍ଷୀରେ ଏହି ଉପଖଣ୍ଡକୁ ଏକ ଜିଲ୍ଲା ମାନ୍ୟତା ଦେବାପାଇଁ ଜନଆନେ୍ଦାଳନ ବ୍ୟାପକ ହୋଇଅଛି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀରେ ମିଲିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ୩୪ ଦିନରେ ବିତିବା ଉପରେ । ଏହି ଆନ୍ଦୋଳନରେ ପଦ୍ମପୁର ସାମ୍ବାଦିକ ସାମିଲ ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି ଓ ବିଜୟ କୁମାର ସାହୁଙ୍କ ଆହ୍ୱାନ କ୍ରମେ ଶତାଧିକ ସାମ୍ବାଦିକ ଏକ ଶୋଭାଯାତ୍ରାରେ ଜିଲ୍ଲା ଗଠନ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ଆନ୍ଦୋଳନ ସ୍ଥଲରେ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଜିତ କୁମାର ଶତପଥି,ବରିଷ୍ଠ ଆଇନଜୀବୀ ଗୌନ୍ତିଆ ସାହୁ,ଚନ୍ଦନ ବଂସଲ,ନିରୋଜ ଦୋରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।ଏହି ଦାବୀପତ୍ରକୁ ଉପଜିଲ୍ଲାପାଳ ଦୌଳତ ଚନ୍ଦ୍ରକାର ଏବଂ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ପ୍ରେରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସାମ୍ବାଦିକ ଲାଲବିହାରୀ ମିଶ୍ର, ମକରଧ୍ୱଜ ବଗାର, ସୁଦିପ୍ତ ଦାଶ, ପ୍ରିୟରଂଜନ ଭୋଇ, ସୁଦାମ ପ୍ରଧାନ, ହେମନ୍ତ ସାହୁ, ନିଳକଣ୍ଠ ଦୀପ,ଅଶ୍ୱିନୀ ଧରୁଆ, ମନୋଜ ଭୋଇ, ଘନଶ୍ୟାମ ପଣ୍ଡା, ଶିବଶଙ୍କର ବିଶ୍ୱାଲ, ସୋମେଶ ଚନ୍ଦ୍ର ମହାନ୍ତି, ଜଗବନ୍ଧୁ ସାହୁ, ବିଷ୍ଣୁପ୍ରସାଦ ବାଜପାୟୀ, ସୁମନ୍ତ କୁମାର ସାହୁ, ମଳୟ ଭୋଇ, ନରେନ୍ଦ୍ର କୁମ୍ଭାର ଓ ଅନ୍ୟାନ୍ୟ ସାମ୍ବାଦିକ ସାମିଲ ହୋଇ ଧାରଣାରେ ବସିଥିଲେ ।