ଭୁବନେଶ୍ବର (ଓଡ଼ିଶା) - ୧୦ ଜୁଲାଇ ୨୦୨୬:ପ୍ରତିରକ୍ଷା ଆକାଉଣ୍ଟସ୍ (ପେନସନ୍) ର ପ୍ରମୁଖ ନିୟନ୍ତ୍ରକ କାର୍ଯ୍ୟାଳୟ, ପ୍ରୟାଗରାଜ, ପକ୍ଷରୁ ୧୦ ଜୁଲାଇ, ୨୦୨୬ରେ ଭୁବନେଶ୍ଵରର ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବ ତଟ ରେଳପଥ ମୁଖ୍ୟାଳୟ, ରେଳ ସଦନ ଅଡିଟୋରିୟମରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର, ଷ୍ଟେସନ ମୁଖ୍ୟାଳୟ, ଭୁବନେଶ୍ବର ଏବଂ ରାଜ୍ୟ ସୈନିକ ବୋର୍ଡ, ଓଡ଼ିଶା, ଭୁବନେଶ୍ଵର ତତ୍ତ୍ବାବଧାନରେ ଏକ ରକ୍ଷା ପେନସନ୍ ସମାଧାନ ଆୟୋଜନ୍ (RPSA) ଅନୁଷ୍ଠିତ ହେବ । ରାଜ୍ୟରେ ରହୁଥିକବା ପ୍ରତିରକ୍ଷା ପେନସନଭୋଗୀମାନଙ୍କର, ପେନସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିରକ୍ଷା ପେନସନଭୋଗୀ/ବ୍ୟକ୍ତିବିଶେଷଙ୍କୁ RPSA ସମୁଖରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି। ପେନସନଭୋଗୀମାନେ ସେମାନଙ୍କର ନାମ, ପଦବୀ ଗୋଷ୍ଠୀ, ରେଜିମେଣ୍ଟାଲ୍ / ଆଇସି ନମ୍ବର, ପିପିଓ ନମ୍ବର, ବ୍ୟାଙ୍କ /ଟ୍ରେଜେରୀର ବିବରଣୀ, ୟୁନିଟ୍ / ରେକର୍ଡ ଅଫିସ୍ / ମୁଖ୍ୟ କାର୍ଯ୍ୟାଳୟର ନାମ ଏବଂ ଠିକଣା, ନିର୍ଦ୍ଦିଷ୍ଟ ଅଭିଯୋଗ, ଡିସଚାର୍ଜ ତାରିଖ ଏବଂ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଏବଂ ପିନ୍ କୋଡ୍ ସହିତ ସେମାନଙ୍କର ଠିକଣା ଉଲ୍ଲେଖ କରିବା ଉଚିତ। ସ୍ପର୍ଶ ପେନସନଭୋଗୀମାନଙ୍କୁ ସ୍ପର୍ଶରେ ପଞ୍ଜୀକୃତ ସେମାନଙ୍କର ମୋବାଇଲ୍ ଫୋନ୍ ନମ୍ବର ବହନ କରିବାକୁ ଅନୁରୋଧ କରାଯାଉଛି।
ଯୋଗାଯୋଗ ସୂଚନା: ମୋବାଇଲ୍ ନମ୍ବର : 7852954154,
e-mail : This email address is being protected from spambots. You need JavaScript enabled to view it.
ରାଜ୍ୟ
ରକ୍ଷା ପେନସନ୍ ସମାଧାନ ଆୟୋଜନ (RPSA)
- Hits: 17







