ହେଡଲାଇନସ୍:

ଲଭ ଜିହାଦର ମାଷ୍ଟରମାଇଣ୍ଡ ଅମିର ଖାନ: କଳିଙ୍ଗସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅମିରଙ୍କ ବିଜ୍ଞାପନ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ

  • ଓଡିଶା ଆସିଲେ ବିରୋଧ କରାଯିବ

ଭୁବନେଶ୍ୱର : ଚଳଚିତ୍ର ତାରକା ଅମିର ଖାନ ହେଉଛନ୍ତି ଭାରତରେ ଲଭ ଜିହାଦର ଅସଲ ମାଷ୍ଟରମାଇଣ୍ଡ । ତିନି ତିନି ଜଣ ହିନ୍ଦୁ ମହିଳାଙ୍କୁ ବିବାହ କରି ଭାରତରେ ଲଭଜିହାଦକୁ ସେ ପ୍ରୋତ୍ସାହିତ କରୁଛନ୍ତି । ଏଭଳି ଜଣେ ମୁସଲମାନଙ୍କୁ ସବୁ ସ୍ତରରେ ବିରୋଧ କରାଯିବା ଆବଶ୍ୟକ ବୋଲି କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ।

ଏକ ପ୍ରେସ ବିବୃତ୍ତିରେ ଶ୍ରୀ ରଥ କହିଛନ୍ତି ଯେ ଭାରତରେ ମୁସଲିମ ସଂଖ୍ୟା ବୃଦ୍ଧି ପାଇଁ ମୁସଲମାନ ଯୁବକମାନେ ଲଭ ଜିହାଦ କରି ହିନ୍ଦୁ ଯୁବତୀଙ୍କୁ ଫସାଇ ବିବାହ କରୁଛନ୍ତି । ବର୍ତ୍ତମାନ ଚଳଚିତ୍ର ତାରକ ଅମିରଖାନ ଏଭଳି ମୁସଲମାନ ଯୁବକମାନଙ୍କର ଆଦର୍ଶ ହୋଇଛନ୍ତି । ୧୯୮୬ରେ ରୀନା ଦତ୍ତା, ୨୦୦୫ରେ କିରଣ ରାଓ ଓ ବର୍ତ୍ତମାନ ବୁଢା ବୟସରେ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିଛନ୍ତି । ଜଣେ ବ୍ୟକ୍ତି ୬୦ ବର୍ଷରେ ପୁଅ ବାହାଘର କରିବା ବଦଳରେ ନିଜେ ବାହାହେଉଛି । ଅମିରଙ୍କର ସମସ୍ତ ପତ୍ନୀ ହିନ୍ଦୁ ହୋଇଥିବାବେଳେ ପିଲାମାନେ କିନ୍ତୁ ମୁସଲମାନ ହୋଇଛନ୍ତି ।
ଭାରତରେ ଲଭଜିହାଦକୁ ଦୃଢହସ୍ତରେ ଦମନ କରାଯିବା ବୋଲି କେନ୍ଦ୍ର ସରକାର ବାରମ୍ବାର କହୁଥିବାବେଳେ ଏହା ଅମିର ଖାନଙ୍କ ଠାରୁ ଆରମ୍ଭ ହେବା ଉଚିତ୍‍ । ତେବେ ଏଭଳି ଜଣେ ଘୃଣ୍ୟ ବ୍ୟକ୍ତିଙ୍କୁ ଓଡିଶାରେ ପୂରାଇ ଦିଆଯିବ ନାହିଁ ଏବଂ ତାଙ୍କର ଚଳଚିତ୍ରକୁ ଓଡିଶାରେ ବିରୋଧ କରାଯିବ ବୋଲି ବୋଲି କଳିଙ୍ଗସେନା କହିଛନ୍ତି । ଏପରିକି ଅମିର ଖାନ୍‍ ଯେଉଁସବୁ ସାମଗ୍ରୀ ପାଇଁ ପ୍ରଚାର କରୁଛନ୍ତି ସେହିସବୁ ସାମଗ୍ରୀକୁ ଭାରତରେ ବର୍ଜନ କରାଯିବାକୁ ଦଳ ପକ୍ଷରୁ କୁହାଯାଇଛି । ଅମିରଙ୍କ ଏହି ହିନ୍ଦୁ ବିରୋଧି କାର୍ଯ୍ୟ ବିରୁଦ୍ଧରେ ଆଗାମୀ ଦିନରେ କଳିଙ୍ଗସେନା ପ୍ରତିବାଦ କରିବ ବୋଲି ଶ୍ରୀ ରଥ ଗଣମାଧ୍ୟକୁ କହିଛନ୍ତି ।

0
0
0
s2sdefault