ହେଡଲାଇନସ୍:

ଜନଶୁଣାଣିରେ ନବରଙ୍ଗପୁର ସହରରେ ସାର୍ବଜନୀନ ପରିଶ୍ରାଗାର ଓ ଶୌଚାଳୟ ସହିତ ସ୍ଵଚ୍ଚ ପାନୀୟ ଜଳ ନିମନ୍ତେ ଦାବି କଲା ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲଫେର ଟ୍ରଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ତା. ୬/୭/୨୦୨୬, ନବରଙ୍ଗପୁର ପୌରପାଳିକା ପରିସରରେ ଆଜି ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲଫେର ଟ୍ରଷ୍ଟ ପକ୍ଷରୁ ସହରରେ ସାର୍ବଜନୀନ ପରିଶ୍ରାଗାର ତଥା ସ୍ୱଚ୍ଛ ଶୌଚାଳୟ ଓ଼ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଟ୍ରଷ୍ଟର ସଭାପତି ଶ୍ରୀ ଶେଖର ଖୁରା ଏବଂ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଦାଖଲ ହୋଇଥିବା ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଲୋକ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନବରଙ୍ଗପୁର ସହରକୁ ଆସୁଛନ୍ତି। କିନ୍ତୁ ମାଝୀଗୁଡ଼ାରୁ ଚାଉଁରୀଗୁଡ଼ା ପର୍ଯ୍ୟନ୍ତ ପୌରାଞ୍ଚଳରେ କୌଣସି ସାର୍ବଜନୀନ ପରିଶ୍ରାଗାର କିମ୍ବା ସ୍ୱଚ୍ଛ ଶୌଚାଳୟ ଓ଼ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକ, ବିଶେଷକରି ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରର ପ୍ରମୁଖ ଛକ, ସରକାରୀ କାର୍ଯ୍ୟାଳୟ ନିକଟବର୍ତ୍ତୀ ସ୍ଥାନଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାର୍ବଜନୀନ ପରିଶ୍ରାଗାର ଏବଂ ସ୍ୱଚ୍ଛ ଶୌଚାଳୟ ତଥା ପାନୀୟ ଜଳ ଯୋଗାଣ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ରଞ୍ଜିତ ନାୟକ, ଶ୍ରୀଧର ସାମନ୍ତରାୟ, ଭୀମ ମିର୍ଗାନ, ଘାସିରାମ ହରିଜନଙ୍କ ସମେତ ସଭାପତି ଶ୍ରୀ ଶେଖର ଖୁରା ଓ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ।

0
0
0
s2sdefault