ହେଡଲାଇନସ୍:

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆସନ୍ତା ଜୁଲାଇ ୬ ତାରିଖରେ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଆଜି ଡ଼. ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ପ୍ରଦୀପ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ କରାଯିବା ସହ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ପରିସରକୁ ପରିଷ୍କାର କରିବା ସହ ବୃକ୍ଷରୋପଣ କରିଥିଲେ। ପରିବେଶ ସୁରକ୍ଷା, ସବୁଜ ପରିବେଶ ଗଠନ ଏବଂ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ବିଶ୍ୱାଳ, ଲୋକନାଥ ମହାକୁଡ଼, ଭାରତଚନ୍ଦ୍ର ପଣ୍ଡା, ଭିକି ବାରିକ, ଅଶୋକ କୁମାର ନାହକ,ରିକି ବାରିକ ସୁଜିତ ଢାଲି, ରବୀନ୍ଦ୍ରନାଥ ମଲ୍ଲିକ, ପ୍ରଦୀପ ମଣ୍ଡଳ, ଲଷ୍ମୀଧର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

0
0
0
s2sdefault