ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ତା: ୦୫-୦୭-୨୦୨୬ ଦିନ ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ଅଧ୍ୟକ୍ଷତା ରେ ୧୩୮ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ପ୍ରକାଶିତ ହୋଇ ଯାଇଛି. ଏହି ପରିପ୍ରେକ୍ଷିରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା. ବୈଠକ ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ ସେମାନଙ୍କ ମତାମତ ଉପସ୍ଥାପନା କରିଥିଲେ. ମୋଟ ୩୩୮ବୁଥରେ ୨୦୬୮୬୭ଭୋଟର ରହିଥିବା ବେଳେ ସେଠି ମଧ୍ୟରୁ ୧୦୦୪୫୯ ପୁରୁଷ, ୧୦୬୩୫୬ ମହିଳା, ୫୨ତୃତୀୟ ଲିଙ୍ଗ ଭୋଟର ତାଲିକାଭୁକ୍ତ ହୋଇଛନ୍ତି.
ନିର୍ବାଚକ ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅନୁଯାୟୀ ଖସଡ଼ା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଏହାର ଏକ ନକଲ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ଅଟେ ।
ଏହି ଭୋଟର ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ଅଟେ। ଉକ୍ତ ଯୋଗ୍ୟତା ତାରିଖକୁ ଆଧାର କରି ଯଦି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଦାବି କିମ୍ବା କୌଣସି ନାମ ସାମିଲ କରିବା ବା ତାଲିକାରେ ଥିବା ବିବରଣୀ ସମ୍ବନ୍ଧରେ ଆପତ୍ତି ଥାଏ, ତେବେ ୦୫.୦୭.୨୦୨୬ ଠାରୁ ୦୪.୦୮.୨୦୨୬ ମଧ୍ୟରେ ଉପଯୁକ୍ତ ଭାବେ ଫର୍ମ–୬, ୭ କିମ୍ବା ୮ ରେ ଆବେଦନ/ଆପତ୍ତି ଦାଖଲ କରିପାରିବେ। ଯେଉଁ ଯୋଗ୍ୟ ନାଗରିକ ୨୦୨୬ ମସିହାର ପରବର୍ତ୍ତୀ ଯୋଗ୍ୟତା ତାରିଖ, ଅର୍ଥାତ୍ ୦୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିବେ, ସେମାନେ ମଧ୍ୟ ଏହି ସୂଚନା ପ୍ରକାଶ ତାରିଖଠାରୁ ଅଗ୍ରୀମ ଭାବେ ଫର୍ମ–୬ ରେ ନିଜ ନାମ ଅନ୍ତର୍ଭୁକ୍ତି ପାଇଁ ଦାବି ଦାଖଲ କରିପାରିବେ। ସମ୍ବନ୍ଧିତ ଯୋଗ୍ୟତା ତାରିଖ ଅନୁଯାୟୀ ସେହି ଦାବି ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ସମସ୍ତ ଦାବି କିମ୍ବା ଆପତ୍ତି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ବୁଥ ଲେବୁଲ ଅଧିକାରୀଙ୍କ ଠାରେ ସିଧାସଳଖ ଦାଖଲ କରାଯାଇପାରିବ କିମ୍ବା ଉପ ଜିଲ୍ଲାପାଳ, ଗୁଣପୁରଙ୍କ ଠିକଣାକୁ ଡାକ ଯୋଗେ ପଠାଇପାରିବେ ବୋଲି ଉପ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ସୂଚନା ଦେଇଥିଲେ । ଆଜିର ଏହି ବୈଠକ ରେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ନିର୍ବାଚନ ସହାୟକ ସୁଶାନ୍ତ ଦାସ, ରାଜେଶ ବିଶୋଇ ଉପସ୍ଥିତ ଥିଲେ.
ରାଜ୍ୟ
ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ଚିଠା ଭୋଟର ତାଲିକା ପ୍ରକାଶିତ.
- Hits: 14







