ହେଡଲାଇନସ୍:

ଚିତ୍ରତୋଳା ନଦୀରେ କୁମ୍ଭୀର ଆତଙ୍କ, ସତର୍କ ସୂଚନା ଜାରି କଲା ବନ ବିଭାଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:୦୫/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବେଣିପୁର ନିକଟସ୍ଥ ଚିତ୍ରତୋଳା ନଦୀରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ନଦୀରେ କୁମ୍ଭୀରକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳର ସ୍ଥିତି ପରଖିବା ସହ ନଜରଦାରି ବଢ଼ାଇଛନ୍ତି। ବନ ବିଭାଗ ପକ୍ଷରୁ ନଦୀକୁ ଗାଧୋଇବା, ମାଛ ଧରିବା, ପଶୁ ଚରାଇବା କିମ୍ବା ଅନ୍ୟ କାମରେ ଯାଉଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ନଦୀ ନିକଟକୁ ଏକାକୀ ନଯିବା ଏବଂ ଶିଶୁମାନଙ୍କୁ ନଦୀ କୂଳରେ ଖେଳିବାକୁ ନ ଛାଡ଼ିବା ପାଇଁ ଅନୁରୋଧ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ କୁମ୍ଭୀରର ଗତିବିଧି ଉପରେ ମଧ୍ୟ ନିରନ୍ତର ନଜରଦାରି ଚାଲିଥିବା ସୂଚନା ମିଳିଛି।

0
0
0
s2sdefault