ବେଲଗୁଣ୍ଠା, ୦୨/୦୭,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଗୁରୁବାର ଦିନ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ନେତୃତ୍ୱରେ ବିଦ୍ୟୁତ୍ ସୁରକ୍ଷା ଏବଂ ଏହାର ଅପଚୟକୁ ରୋକିବା ସମ୍ପର୍କରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଇକୋ କ୍ଲବ ଏବଂ ଏନର୍ଜି କ୍ଲବର ଦାୟିତ୍ୱପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସଚେତନତା ରାଲି ମାଧ୍ୟମରେ ବିଦ୍ୟୁତର ସୁରକ୍ଷିତ ବ୍ୟବହାର, ବିଦ୍ୟୁତ ଦୁର୍ଘଟଣାରୁ ସତର୍କତା ଏବଂ ଶକ୍ତି ସଞ୍ଚୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ରାଜ୍ୟ
ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ନାଟଙ୍ଗା ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ
- Hits: 15







