ହେଡଲାଇନସ୍:

ବିଦାୟକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷକ ଶ୍ରୀ ରାମ ଶଙ୍କର ଗନ୍ତାୟତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବନ୍ଧୁ ବର୍ଗ , ପରିବାର , ପୋଡ଼ଶୀ , ଶୁଭେଛୁ ମାନଙ୍କ ଗହଣରେ ବିଧିବିଧ , ଭାବପୂର୍ଣ୍ଣ ଓ ବର୍ଣ୍ଣାଢ୍ୟ ଢଙ୍ଗରେ ରାତ୍ରିକାଳୀନ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଯାଇଥିଲା। ଶ୍ରୀ ରାମଶଙ୍କର ଗନ୍ତାୟତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ରେ କାର୍ଯ୍ୟରତ ପ୍ରାଥମିକ ସ୍ତରର ଶିକ୍ଷକ ଥିଲେ।
ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପୁର୍ନଗଠନ , ସୌନ୍ଦର୍ଯ୍ୟ କରଣ ଓ ରକ୍ଷଣା ବେକ୍ଷଣରେ ରାମ ଶଙ୍କରଙ୍କ ବହୁଳ ଅବଦାନ ସହ ତାଙ୍କ ଜିଜ୍ଞାସୁ ମନୋବୃତ୍ତି ତଥା ଛାତ୍ରଛାତ୍ରୀଙ୍କ ଜ୍ଞାନ ପରିସର ବୃଦ୍ଧି କରିବା ଦିଗରେ ସହାୟତା ଓ ବିଭିନ୍ନ ସ୍ଥାନକୁ ଧରି ନେବାରେ ଦାୟିତ୍ୱ ବୋଧତାର ଗୁଣାବଳୀ ସମ୍ପର୍କିତ ବିଷୟ ଗୁଡିକ ଉପସ୍ଥିତ ବନ୍ଧୁବର୍ଗ ଭୂୟସୀ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ରାମ ଶଙ୍କର ଯେ ଜଣେ ଉତ୍ତମ ସାମାଜିକ ସଂଗଠକ , କଥାଟି ବକ୍ତବ୍ୟ ଅବସରରେ ପ୍ରକାଶ ପାଇଥିଲା।
ଏହି ସଭାରେ ଶିକ୍ଷକ ତଥା ବନ୍ଧୁ ହରିନାଥ ପାତ୍ର , ପୁରୁଷୋତ୍ତମ ବେହେରା , ସିମାଞ୍ଚଳ ବେହେରା , ସୁବାରାଓ ଆଚାରୀ , ବେଣୁ ପାଢ଼ୀ , ଅମୂଲ୍ୟ ପାଣିଗ୍ରାହୀ , ରମାକାନ୍ତ ପଟ୍ଟନାୟକ , ଶୈଳେନ୍ଦ୍ର ପାତ୍ର , ଶ୍ୟାମ ସୁନ୍ଦର ଗନ୍ତାୟତ , ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଶିକ୍ଷୟିତ୍ରୀ ଶିଳ୍ପା ଜେନା , କବିତା ରାଉତ , ବ୍ରିଷ୍ଣୁପ୍ରିୟା ପାଢ଼ୀ , ଶୁଭଲଷ୍ମୀ ଦାସ , କୁସୁମ ପଣ୍ଡା , ସବିତା ମହାରଣା , ବିଜୟାଲକ୍ଷ୍ମୀ ସାହୁ , ଅନ୍ୟାନ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ରାମଶଙ୍କର ସହଧର୍ମିଣୀ ବେବୀରାଣୀ ଗନ୍ତାୟତଙ୍କ ଲୋତକ ଭରା ବକ୍ତବ୍ୟ ସଭାକୁ ଭାବମୟ କରିଉଠିଥିଲା। ସୁହୃଦ ବନ୍ଧୁମାନଙ୍କ ତରଫରୁ ପ୍ରସ୍ତୁତ ପ୍ରଶଂସା ପତ୍ର ଶିକ୍ଷୟତ୍ରୀ ଶ୍ରୀମତୀ ଶୈଳବାଳା ସାହୁ ପଠନ କରିଥିଲେ। ପୁତ୍ରୀ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଉପସ୍ଥିତ ସୁଧୀବୃନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଧୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ପରିଚାଳନା କରିଥିଲେ। ଏକ ଉତ୍ତମ ବ୍ୟଞ୍ଜନର ରାତ୍ରିକାଳୀନ ଭୋଜନର ସୁବ୍ୟବସ୍ଥା ହୋଇଥିଲା।

0
0
0
s2sdefault