ହେଡଲାଇନସ୍:

ଡାକ୍ତରଙ୍କ ଆନ୍ଦୋଳନର ଦ୍ୱିତୀୟ ଦିନରେ ରୋଗୀ ସେବା ଠପ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତେନ୍ତୁଳୀଖୁଣ୍ଟି,, ନବରଙ୍ଗପୁର 02/07/2026,ରାଜ୍ୟ ମେଡିକାଲ ସର୍ଭିସେସ୍ ଆସୋସିଏସନ ପକ୍ଷରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ତେନ୍ତୁଳୀଖୁଣ୍ଟି ସିଏଚସି (CHC)ରେ ମଧ୍ୟ ଜାରି ରହିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଜରୁରୀକାଳୀନ ଚିକିତ୍ସା ସେବା ଉପରେ ପଡ଼ିଛି। ଫଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବାରୁ ରୋଗୀମାନେ ବଞ୍ଚିତ ହେଉଥିବାରୁ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ସେବା ନପାଇ ନିରାଶ ହୋଇ ଫେରୁଥିବା ଦେଖାଯାଇଛି।
ଡାକ୍ତର ସଂଘର କହିବା ଅନୁଯାୟୀ, ସେମାନଙ୍କ ଦାବିଗୁଡ଼ିକ ନ୍ୟାୟସଙ୍ଗତ ହୋଇଥିଲେ ମଧ୍ୟ ସରକାର ତାହାକୁ ପୂରଣ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଡାକ୍ତରଙ୍କ ପାଇଁ ଉନ୍ନତ କାର୍ଯ୍ୟ ପରିବେଶ, ସମ୍ମାନଜନକ କାର୍ଯ୍ୟ ପରିସ୍ଥିତି ଏବଂ ରୋଗୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ଆନ୍ଦୋଳନ କରାଯାଉଥିବା ସଂଘ ପକ୍ଷରୁ କୁହାଯାଇଛି।
ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବାରୁ ସଂଘ ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଦାବି ପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛି।
ଏହି ଆନ୍ଦୋଳନରେ ସିଏଚସିର ଡାକ୍ତର ସୋମଳାଇ ପ୍ରସାଦ ପଣ୍ଡା, ଡା. ବ୍ରହ୍ମାନନ୍ଦ ଦାସ, ଡା. କିସାନ କୁମାର ଦାସ, ଡା. ଏସ୍.କେ.ଏମ୍.ଡି. ହୁସେନ, ଡା. କେ. ପ୍ରବୀଣ କୁମାର, ଡା. ସାଗର ସାହୁ, ଡା. ଆଶୁତୋଷ ରଥ, ଡା. ବିଶ୍ୱ ପ୍ରକାଶ ନାୟକ ଓ ଡା. ଶିବଶଙ୍କର ରାୟଙ୍କ ସମେତ ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି। ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଦ୍ୱାରା ସୀମିତ ପରିସରରେ କିଛି ସେବା ଜାରି ରହିଥିବା ଜଣାପଡ଼ିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଉଠିଛି

0
0
0
s2sdefault