ହେଡଲାଇନସ୍:

ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ, ତା ୨.୦୭.୨୦୨୬ ରିଖ – ଭାରତ ସରକାରଙ୍କ “ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନା ୧ ଜୁଲାଇ ଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଯୋଜନାର ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ଏହି ଯୋଜନାରେ ଜଳ ସୁରକ୍ଷା , ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକାରେ ଉନ୍ନତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଭଳି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ପ୍ରତ୍ୟେକ ହିତାଧିକାରୀଙ୍କୁ ପୂର୍ବ ଅପେକ୍ଷା ଅଧିକ ଦୈନିକ ମଜୁରି ସହ ବର୍ଷକୁ ୧୨୫ ଦିନର ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ କରାଯିବ । ପୂର୍ବରୁ ଚାଲିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ “ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନାର ଉଦ୍ଦେଶ୍ୟ ଓ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଅଧକ୍ଷ ଶ୍ରୀ ଆଶିଷ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଏହି ଯୋଜନା ଗ୍ରାମୀଣଅଞ୍ଚଳର ବିକାଶ କରିବା ସହ ଜିଲ୍ଲାର ଉନ୍ନତିରେ ମଧ୍ୟ ସହାୟକ ହେବ । ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ବନ୍ଧୁଚରଣ ସାହୁ ଯୋଗଦେଇ ସରକାରଙ୍କର ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପରିଷଦ କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ,ଜବକାର୍ଡଧାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାସନ ଶ୍ରୀମତୀ ବନ୍ଦନା ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ,ରାଜ୍ୟ ସରକାର, ବିହନ ବୁଣା ଏବଂ ଅମଳ ସମୟରେ ମୋଟ ୬୦ଦିନ ପାଇଁ କାମ ବିରତି କରିପାରିବେ, ଯାହା ଦ୍ଵାରା କୃଷି କ୍ଷେତ୍ରରେ ଶ୍ରମିକ ଉପଲବ୍ଧତା ସୁନିଶ୍ଚିତ କରାଯାଇପାରିବ । ସମସ୍ତ କାର୍ଯ୍ୟ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଟ୍ରାକିଂ ସିଷ୍ଟମ ମାଧ୍ୟମରେ ଡିଜିଟାଲ ମ୍ୟାପିଙ୍ଗ କରାଯିବ ।

0
0
0
s2sdefault