-
ଶୃଙ୍ଖଳା, ଉପସ୍ଥାନ ଓ ପରିକ୍ଷା ଫଳ ସନ୍ତୋଷଜନକ
-
ଭିତ୍ତିଭୂମି ର ବିକାଶ ଆହୁରି ଦରକାର - ନରସିଂହ
-
ଅଣ ଶିକ୍ଷକ କର୍ମଚାରୀ ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯିବ
ବଲାଙ୍ଗିର,୦୨/୭ - ୨୦୧୪ ପରବର୍ତ୍ତି ସମୟରେ ସେ ନିଜେ ବିଧାୟକ ଥିଲା ବେଳେ ପ୍ରଥମ ପଦକ୍ଷେପ ସ୍ୱରୁପ ସହରର ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଆଖି ଦୃଶିଆ ଭିତ୍ତିଭୂମିର ବିକାଶ କରାଯାଇଥିଲା । ଏହି କ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଉଭୟ ବ୍ଲକ ଓ ପୃଥ୍ୱୀରାଜ ହାଇସ୍କୁଲ ର ସମସ୍ତ ପ୍ରକାର ଅଭାବ ପୁରଣ କରାଯାଇଥିଲା । ଏହା ଭିତରେ ୧୦ ବର୍ଷ ହୋଇଗଲାଣି ସମୟ ଅନୁସାରେ ବର୍ତ୍ତମାନ ଆହୁରି କିଛି ବିକାଶ ଦରକାର ହେଉଛି । ଯଦିଓ ଶିକ୍ଷକ କର୍ମଚାରୀ ଙ୍କ ସ୍ଥିତି ଠିକ ଅଛି ବୋଲି ଧରାଯିବ କିନ୍ତୁ ଉଭୟ ଉଚ୍ଚ ବିଦ୍ୟାଳୟରେ ଅଣ ଶିକ୍ଷକ କର୍ମଚାରୀଙ୍କ ଘୋର ଅଭାବ ଅଛି । ତେଣୁ ଏହି ପଦବୀ ପୁରଣ ଲାଗି ବିଭାଗୀୟ ଅଧିକାରୀ ଓ ସରକାରଙ୍କ ସହିତ ଆଲୋଚନା କରି ଏହି ପଦବୀ ପୁରଣ ପାଇଁ ନିଶ୍ଚିତ ଭାବେ ସେ ପଦକ୍ଷେପ ନେବେ ବୋଲି ଉଭୟ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପିଏମ୍ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସେଠାକାର ଶିକ୍ଷକ କର୍ମଚାରୀଙ୍କ ସହ ଆଲୋଚନା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଲୋଚନା ବେଳେ ଜଣାପଡିଲା ଯେ ଛାତ୍ରୀମାନଙ୍କର ପ୍ରାର୍ଥନା ସଭା ପାଇଁ ଏକ ସେଡ୍ (ଛାଉଣି) ନିଶ୍ଚିତ ଭାବେ ଦରକାର କାରଣ ବଲାଙ୍ଗିର ରେ ଗ୍ରୀଷ୍ମ ଛୁଟିପରେ ପ୍ରାର୍ଥନା ସଭାରେ ଅସହ୍ୟ ଗରମ, ଗୁଲୁଗୁଲି ଯୋଗୁଁ ଅନେକ ଛାତ୍ରୀ ଅଚେତ ହୋଇଯିବାର ଖବର ଆସୁଛି । ତେଣୁ ଏ ବାବଦରେ ସ୍କୁଲ ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୁର୍ତ୍ତ ବିଭାଗ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି । ତା ସହ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଏକ ଭଲ ରନ୍ଧାଘର ତଥା ଏକ କନଫରନ୍ସ ହଲ ଏବଂ ଯେହେତୁ ଧିରେ ଧିରେ ଏହି ସ୍କୁଲରେ ଛାତ୍ରି ସଂଖ୍ୟା ବଢୁଛି ତେଣୁ ଅଧିକ ଶ୍ରେଣୀ ଗୃହର ମଧ୍ୟ ଆବଶ୍ୟକତା ଅଛି । ଏ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଯେହେତୁ ବାଳିକା ଉଚ୍ଚ ବିଦ୍ୟାଳୟ ଦୁଇଟି ବ୍ଲକ ର ଦୂରତା ପାଖାପାଖି ଗୋଟିଏ କିଲୋମିଟର ହେବ ତେଣୁ ସ୍କୁଲ ପରିଚାଳନା ନିମନ୍ତେ ବେଳେ ବେଳେ ଅସୁବିଧା ହୁଏ । ଭବିଷ୍ୟତରେ ଗୋଟିଏ ଯାଗାରେ ଉଭୟ ବ୍ଲକର ପାଠପଢା ହେଲେ ସମସ୍ତଙ୍କ ପାଇଁ ଏହା ସୁବିଧା ହେବ ବୋଲି ଶିକ୍ଷକ କର୍ମଚାରୀମାନେ କହିଥିଲେ । ପୃଥ୍ୱରାଜ ହାଇସ୍କୁଲ ଆଲୋଚନା ବେଳେ ମଧ୍ୟ ଅଣ ଶିକ୍ଷକ କର୍ମଚାରୀଙ୍କ ଅଭାବ ଅଛି ବୋଲି ଜଣାଯାଇଥିଲା । ସ୍କୁଲର ଟିଚର କମନ ରୁମ୍ ର ମୁଖ୍ୟ ପ୍ଲାଟିନିୟମ ଜୁବୁଲି ଗେଟ ପଟରେ କିଛି ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଲୋଚନା ହୋଇଥିଲା । ଉଭୟ ହାଇସ୍କୁଲରେ ଶୃଙ୍ଖଳା, ଉପସ୍ଥାନ ତଥା ପରୀକ୍ଷା ଫଳକୁ ନେଇ ଶ୍ରୀ ମିଶ୍ର ସନ୍ତୁଷ୍ଟି ପ୍ରକାଶ କରିଥିଲେ । ପିଆର ହାଇସ୍କୁଲରେ କିଛି ବିପଦ ଶୃଙ୍ଖଳା କୋଠା ଥିବାରୁ ସେ ସବୁକୁ ଶିଘ୍ର ଭଙ୍ଗାଯାଇ ସେଠାରେ କିଛି ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ପିଆର ହାଇସ୍କୁଲ ଖେଳ ପଡିଆ ର ଉନ୍ନତିକରଣ, ସେଠାରେ ଟୟଲେଟ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଚିଠି ଲେଖିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ପରିଦର୍ଶନ ସମୟରେ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରି ସନ୍ତୋଷିନୀ ସେଠି, ଶିକ୍ଷକ ବିକାଶ ସାହୁ, କ୍ରିଡା ଶିକ୍ଷକ ସୌରଭ ପ୍ରଧାନ ଓ ବାଳିକା ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୁପା ସାମନ୍ତରା, ଶିକ୍ଷୟତ୍ରୀ ନୂତନ ନାୟକ ଙ୍କ ସମେତ ଉଭୟ ସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।







