ବାଣପୁର:(ସେକ୍ କୌସର):ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ମଙ୍ଗରାଜ ପୁର ଗ୍ରାମ ରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଦ୍ୱାରା ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଛି। ନିହାର ରଞ୍ଜନ ସାମନ୍ତରା ଙ୍କ ରଚିତ ଗୁରୁଶ୍ରୀ ପର୍ଶୁରାମ ସାହୁ ଙ୍କ ବଳିଷ୍ଠ ନିର୍ଦେଶନା ରେ ମଙ୍ଗରାଜ ପୁର ର କଳାକାର ମାନଙ୍କୁ ନେଇ ମଞ୍ଚସ୍ଥ ହୋଇଛି। ବିଭିନ୍ନ ଭୂମିକା ରେ ରାଜକିଶୋର, ଅରୁଣ, ପ୍ରକାଶ, ସୌମିତ୍ରୀ, ଅଭି, ଟୁକୁ, ଅଶୋକ, ଦୀପକ, ବିମଳ, ପୁପୁନୁ, ଦିପୁନ, ଲିଙ୍କୁନ ପ୍ରଭୃତି ଅଭିନୟ କରିଥିଲେ।ଯାତ୍ରା ର ଉଦଘାଟନ ରେ ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣ ସିଂ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସନ୍ତୋଷ ପାଇକରାୟ ସମାଜ ସେଵୀ,ପ୍ରଦୀପ ରାଉଳ ସମ୍ମାନିତ ଅତିଥି, ସିଲୁ ପଲେଇ ପ୍ରମୁଖ ଯୋଗ ଦେଇଥିଲେ। କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ତ୍ରିନାଥ ପଣ୍ଡା ଓ ବବୁଲ ପାଣିଗ୍ରାହୀ ଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା। ଗ୍ରାମ ବାସୀଙ୍କ ସମ୍ପୂର୍ଣ ସହଯୋଗ ରେ ନାଟକ ପରିବେଷଣ ହୋଇଥିଲା।
ରାଜ୍ୟ
ନାଟକ ଏ ମନ କାଶୀ ବୃନ୍ଦାବନ ମଞ୍ଚସ୍ଥ
- Hits: 13







