ହେଡଲାଇନସ୍:

ମାଁ ସୁନାଦେଇ ଙ୍କ ବାର୍ଷିକ ଉତ୍ସବ ପାଳିତ ଓ ନୂତନ ଅର୍କେଷ୍ଟ୍ରା ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର : 24/06/2026,ନବରଙ୍ଗପୁର ସଦରମହକୁମା ସ୍ଥିତ ମିରଗାନିଗୁଡା ରେ ସଂଗଠକ ତଥା ସମାଜସେବି, ଗାୟକ ବାବୁ ପାତ୍ର ଙ୍କ ପ୍ରତକ୍ଷ ତତ୍ୱାବଧାନରେ ମାଁ ସୁନାଦେଇ ଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମିରଗାନିଗୁଡା ପୂଜା କମିଟି ପକ୍ଷରୁ ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ମଣ୍ଡେଇ ସାଂସ୍କୃତିକ ଅନୁଷ୍ଠାନ , ମା ଶକ୍ତି ମେଲଡି ଏବଂ ମାଁ ଡଙ୍ଗର ଦେବୀ ମ୍ୟୁଜିକାଲ ବ୍ୟାଣ୍ଡ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଉଦଯାପନି ଦିବସରେ ଅନୁଷ୍ଟିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରି ଶଙ୍କର ମାଝୀ ଯୋଗ ଦେଇ ମନ୍ଦିର ରେ ପୂଜା ଅର୍ଚ୍ଚନା ପୂର୍ବକ ପୂଜା କମିଟିର ସମସ୍ତ ସଦସ୍ୟ ଙ୍କୁ ଶୁବେଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ, ସେହିପରି ଅନ୍ୟତମ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ଏକାଡ଼େମୀ ସଦସ୍ୟ ଦେବଦାସ ମହାଙ୍କୁଡ , ଟେଲିଫିଲ୍ମ ନିର୍ଦେଶକ ମନୋଜ କୁମାର ପଟନାୟକ ଏବଂ ଜିଲ୍ଲା କିନ୍ନର ସଂଘର ସମ୍ପାଦକ ଚୁମୁକି କିନ୍ନର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଦର୍ଶକ ଏବଂ କମିଟି ସଦସ୍ୟ ଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପ୍ରଥମ ଥର ପାଇଁ ଜଯପୁର ସହରର ସୁକମାନ ସାଗରିଆ(ଆଲୁ)ଙ୍କ ଦ୍ବାରା ଗଠିତ ମାଁ ଡଙ୍ଗର ଦେବୀ ମ୍ୟୁଜିକାଲ ବ୍ୟାଣ୍ଡକୁ ଅତିଥି ମାନେ ଉଦଘାଟନ କରିଥିଲେ । କାର୍ଯକ୍ରମ ରେ ଉପସ୍ଥିତ କିନ୍ନର ସଂଘର ସଭାପତି କାଜଲ କିନ୍ନର , ସହ ସମ୍ପାଦକ ପ୍ରୀତି କିନ୍ନର ସମେତ ଅନ୍ୟ ସମସ୍ତ କିନ୍ନର ନୂତନ ମ୍ୟୁଜିକାଲ ବ୍ୟାଣ୍ଡର ସମସ୍ତ କଳାକାରଙ୍କ ସମେତ ସେଠାରେ ଉପସ୍ଥିତ ଦର୍ଶକ ଏବଂ ମିରଗାନିଗୁଡା ବାସିନ୍ଦାଙ୍କୁ ଆଶ୍ରିବାଦ ଦେଇଥିଲେ । ତତ୍ପରେ ମାଁ ଡଙ୍ଗର ଦେବୀ ମ୍ୟୁଜିକାଲ ବ୍ୟାଣ୍ଡର କଳାକାର ମାନେ ଆଦିବାସୀ, ଓଡିଆ ,ହିନ୍ଦୀ ସମ୍ବଲପୁରୀ ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ମିରଗାନିଗୁଡା ପୂଜା କମିଟିର ସଦସ୍ୟ ରାଜେନ୍ଦ୍ର ନାୟକ, ରଂଜିତ ମିର୍ଗାନ ,ଶ୍ରୀଧର ପଟନାୟକ ,ଗିରିଧାରୀ ପଟନାୟକ, ଦେବରାଜ ପଟନାୟକ ,ଘାସିରାମ ମିର୍ଗାନ ,ଭାସ୍କର ମିର୍ଗାନ , ମନୋଜ କୁମାର ମିଶ୍ର ,ରାଜୁ
ପାଇକ ,ରାଧାମୋହନ ହରିଜନ ,ତୁଳା ହରିଜନ ,ପ୍ରତାପ ମିର୍ଗାନ,ତୈଳ ମିର୍ଗାନ ,ବିଜୟ କୁମାର ମିଶ୍ର ,ଜଗେନ୍ଦ୍ର ମିର୍ଗାନ ,ଲିଙ୍ଗରାଜ ମିର୍ଗାନ, ତ୍ରିନାଥ ମିର୍ଗାନ ,ପ୍ରେମଚlନ୍ଦ ମିର୍ଗାନ ,ବିଦ୍ୟାଧର ମିରଗାନ , ତୁକାରlମ ପଟନାୟକ, କ୍ରିଷ୍ଣା ପଟନାୟକ ,ରାହୁଲ ମିର୍ଗlନ ,ସୁରଜ ହରିଜନ, ଅର୍ଣ୍ଣବ ମିର୍ଗାନ ଚିଣ୍ଟୁ ନାୟକ , ମହେଶ ମିର୍ଗାନ , ଏକଲବ୍ୟ ମିର୍ଗାନ ,ଗଣେଶ ମିର୍ଗାନ, ଜ୍ୟୋତି ମାହାପାତ୍ର , ସୁବାଷ ମିର୍ଗାନ ପ୍ରମୁଖ ସଦସ୍ୟ ମାନେ ମାଁ ଙ୍କ ବାର୍ଷିକ ଉତ୍ସବ ସଫଳ କରିବାରେ ସହଯୋଗ କରିଥିଲେ । ଉକ୍ତ କାର୍ଯକ୍ରମ ରେ ଜିଲ୍ଲା କିନ୍ନର ସଂଘର ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିବାରୁ ସଂଘ ପକ୍ଷରୁ ଆୟୋଜକ କମିଟି କୁ ସାଧୁବାଦ ଜ୍ଞାପନ କରାଯାଇଛି ବୋଲି ସୂଚନା ହସ୍ତଗତ ହୋଇଛି

0
0
0
s2sdefault